-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Jan-2022
ଟଟିଲାଗଡ଼(ସନ୍ତୋଷ କୁମାର ନାଏକ) :ଦୀର୍ଘ ବର୍ଷ ଧରି ଶିକ୍ଷକତା କୁ ନିଜ ଆଦର୍ଶ ଭାବେ ପରିଚିତ ହୋଇ ଅନେକ ଥର ପୁରସ୍କାର ପ୍ରାପ୍ତ ଟିଟିଲାଗଡ଼ ର ବଞ୍ଚା ନିଧୀ ହୋତା ପରଲୋକ ଗମନ କରିଛନ୍ତି । ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିବା √ଶ୍ରୀ ହୋତା କିଛି ସମୟ ପୂର୍ବରୁ ପରଲୋକ ଗମନ କରିଥିବା ସୂଚନା ମିଳିଛି । ତାଙ୍କ ପୁଅ ଅମିୟ ହୋତା ଯିଏକି ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରିବା ସହ ଜିଲ୍ଲା ଶିକ୍ଷା ସଙ୍ଗଠନ ର ବରିଷ୍ଠ ସଦସ୍ୟ ତାଙ୍କ ଉପସ୍ଥିତି ରେ ତାଙ୍କ ପିତା ପରଲୋକ ଗମନ କରିଛନ୍ତି । ପ୍ରକାଶ ଯେ ତାଙ୍କ ଦୁଇ ପୁଅ ମଧ୍ୟରୁ ବଡ଼ପୁଅ ଅମିୟ ହୋତା ଥିବା ବେଳେ ତାଙ୍କ ସାନ ପୁଅ ଓଁପ୍ରକାଶ ହୋତା ବେଙ୍ଗାଲୁର ରେ ଚାକିରୀ କରି ରହୁଥିବା ବେଳେ ସେ ଆସିବା ପରେ ତାଙ୍କ ଶେଷକୃତ୍ୟ କରାଯିବ ବୋଲି ବଡ଼ ପୁଅ ଶ୍ରୀ ହୋତା ଜଣେଇଛନ୍ତି । ମୃତ√ଶ୍ରୀ ହୋତା ଶିକ୍ଷକତା ସହ ଓକିଲାତି ମଧ୍ୟ କରିଥିଲେ,ଏପରି କି ଚଣ୍ଡୀ ସାଧକ ରୂପେ ଖ୍ୟାତି ଅର୍ଜନ କରିବା ଓ ଚଣ୍ଡୀ ପାଠ କଣ୍ଠସ୍ଥ କରିଥିଲେ । ଓଡ଼ିଶା ବ୍ରାହ୍ମଣ ସମାଜ ର ଉପ ସଭାପତି ଥିବା ବେଳେ ଜ୍ୟୋତିଷ ଶାସ୍ତ୍ରଜ୍ଞ ଭାବେ ରାଜ୍ୟପାଳ ପୁରସ୍କୃତ କରିଥିଲେ ।