-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ପାଟଣାଗଡ଼:/ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ କାର୍ଯ୍ୟାଳୟ ରେ ଭିଡିଓ କନଫରେନ୍ସ ମାଧ୍ୟମରେ ହିତାଧିକାରୀ ଙ୍କୁ ମରାମତି ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ଙ୍କ ଘର ମରାମତି ସକାଶେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ରାଜ୍ୟ ସରକାର ୩୦୦୦ ଲେଖାଏଁ ଅର୍ଥ ରାଶି ପ୍ରଦାନ କରୁଛନ୍ତି। ସେଥିପାଇଁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ସାରା ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଶୁଭାରମ୍ଭ କରିଥିଲେ। ସେହିପରି ବେଲପଡା ବ୍ଳକ ରେ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଥିବା ବେଳେ ବ୍ଳକ ର ୧୪,୫୪୭
ଜଣଙ୍କୁ ୩୦୦୦ ଟଙ୍କା ଅର୍ଥ ସହାୟତା ମିଳିବ ବୋଲି ଜଣାପଡିଛି। ଆଜି ର ଏହି କାର୍ଯ୍ୟକ୍ରମ ରେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେଙ୍ଗ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ, ଆବାସ ଯୋଜନା ବିଭାଗ ର ରଶ୍ମି ବର୍ଗେ ଏବଂ ଆଉ ଜଣେ ମେଡମ ଙ୍କ ସହିତ ବହୁ ଗୁଡ଼ିଏ ଜିଓଟେଗ ଉପସ୍ଥିତ ଥିଲେ। ଏବଂ ଆଜି କିଛି ହିତାଧିକାରୀ ଙ୍କୁ ୩୦୦୦ ଟଙ୍କା ର ଚ୍ୟାକ ଦେବା ସହ ଆଗାମୀ ଦିନରୁ ସମସ୍ତ ପଞ୍ଚାୟତ ରେ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।