-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ପୁଇଁତଳା, ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିଚିଣ୍ଡାପାଲି ଗ୍ରାମରେ କୋଭିଡ଼ କଟକଣାକୁ ପାଳନ କରି ନାଗପୁଜା ଅନୁଷ୍ଠିତ ହୋଇଯାଇଛି l ଏହି ଗ୍ରାମରେ ଦୀର୍ଘ ତିରିଶ ବର୍ଷ ହେଲା ନାଗରାଜାଙ୍କ ପୂଜାକୁ ଗ୍ରାମବାସୀ ଧୁମଧାମରେ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମାପନ ହୋଇଛି । ଏହି ନାଗରାଜାଙ୍କ ପୂଜା ପୌଷମାସ ଶୁକ୍ଲପକ୍ଷ୍ୟ ପଞ୍ଚମୀ ତିଥିରେ ମହା ସମାରୋହରେ ପାଳନ ହେଉଥିବା ବେଳେ ଚଳିତ ବର୍ଷ ତାହା ମଧ୍ୟ ପାଳନ ହୋଇଛି l କିନ୍ତୁ ଏହି ବର୍ଷ କୋଭିଡ଼ କଟକଣାକୁ ପାଳନ କରି ଚିଚିଣ୍ଡାପାଳି ଗ୍ରାମରେ ନାଗରାଜାଙ୍କ ପୂଜା ପାଳନ କରିଛନ୍ତି ଗ୍ରାମବାସୀ l ଗତକାଲି ଦୁଇ ଘଣ୍ଟା ସମୟରେ ଗ୍ରାମର ପୀଠରେ ଖଳାପୁଜା ,ପତ୍ରନାଗ ପୂଜା,ଦେଉଳ ବରଣ, ଗ୍ରାମର ବରୁଆ ବରଣ ପରେ ମୁଖ୍ୟ ପୀଠରେ ନାଗରାଜାଙ୍କ ମୁଖ୍ୟ ପୂଜକ ମାର୍ଗଶିର ଡ଼ାଙ୍ଗଙ୍କ ପୂଜାର୍ଚ୍ଚନା ପରେ ବରୁଆ ଗୋବିନ୍ଦ ମହାକୁର, ଦୁର୍ଗା ମହାକୁର ମାନଙ୍କ ସମେତ ଅନେକ ବରୁଆ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ । ଏହାପରେ ଆଜି ସକାଳ ୬ ଘଣ୍ଟାରେ ଚିଚିଣ୍ଡାପାଳି ଗାଁର ଟାଙ୍ଗରମୁଣ୍ଡା ଠାରେ ଥିବା ବିନୁଆଁପୂଜା ପୀଠରେ ପୂଜାର୍ଚ୍ଚନା ପରେ ଛେଦପୂଜା ପରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଶିଶୁପାଳ ନାଗ,ଟିକେଚନ ପାତ୍ର, ଜିତୁ ବେଜ,ସୁଦର୍ଶନ ମହାକୁର,ଯଜ୍ଞକର ମହାକୁର,ଦିଗାମ୍ବର ମହାକୁର ,ଆର୍ତ୍ତା ମହାକୁର ,ତହଁକୁ ଡାଙ୍ଗ,ଦୁଆରୁ ଛନ୍ଦ,ମଗଶିର ନିଆଲ,ନିମେଇ ଚରଣ ନାଗ,ପ୍ରକାଶ ନିଆଲ ,ପଞ୍ଚା ବିଶି,ଲକ୍ଷ୍ମୀନାରାୟନ ମହାକୁର,ପ୍ରଦୀପ ମେହେର, ଅର୍ଜୁନ ପାତ୍ର, ସାର ମହାକୁର,ହେମନ୍ତ ବିଶି ସମେତ ସମସ୍ତ ଗ୍ରାମବାସୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।