-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ବଲାଙ୍ଗୀର/ଟିଟିଲାଗଡ(ସନ୍ତୋଷ କୁମାର ନାଏକ) : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୪ ଠାରେ ଥିବା ଆମବନ୍ଧ ର ପୁନରୁଦ୍ଧାର ତଥା ସୋନ୍ଦର୍ଯ୍ୟକରଣ ପାଇଁ ଏଠାରେ ଜବରଦଖଲ ରେ ଥିବା ୬୫ ପରିବାର ଓ ଗଉଡ ପଡ଼ା ର ୨୯ ବିସ୍ଥାପିତ ପରିବାରଙ୍କୁ ସ୍ଥାନାନ୍ତରିତ କରାଯିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି।ସମସ୍ତ ବିସ୍ଥାପିତ ପରିବାରଙ୍କୁ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୦ ପୁରୁଣା ଟେନେରି ପଡ଼ାରେ ଜାଗା ଦିଆଯିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ପକ୍କା ବାସ ଗୃହ ଯୋଗାଇ ଦେବାପାଇଁ ପ୍ରଶାସନ ତରଫରୁ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୌରପାଳିକାର କଲ୍ୟାଣ ମଣ୍ଡପ ଠାରେ ପିଡିଡିଆରଡିଏ ସୁଶାନ୍ତ କୁମାର ସିଂ ଏବଂ ଟିଟିଲାଗଡ ପୌର ପରିଷଦ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ଏହି ବିସ୍ଥାପିତଙ୍କୁ ପ୍ରଥମ ପର୍ଯ୍ୟାୟରେ ଲଟେରୀ ମାଧ୍ୟମରେ ଜାଗା ପ୍ରଦାନ କରାଯାଇଛି l ଜାଗା ପାଇଥିବା ସମସ୍ତ ହିତାଧିକାରୀଙ୍କୁ ପରବର୍ତ୍ତୀ ପଯ୍ୟାୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ଯୋଗାଇ ଦେବାକୁ ସ୍ଥିର କରା ଯାଇଥିବା ପୌର ପରିଷଦ ତରଫରୁ ସୂଚନା ଦିଆଯାଇଛି। ପ୍ରକାଶ ଯୋଗ୍ୟ ଯେ ଟିଟିଲାଗଡ ସହରର ଏହି ଆମବନ୍ଧ ର ସୋନ୍ଦର୍ଯ୍ୟକରଣ ପ୍ରକଳ୍ପ ତ୍ଵରାନିତ କରିବା ପୂର୍ବରୁ ଏଠାରେ ଦୀର୍ଘ ବର୍ଷରୁ ଜବର ଦଖଲରେ ରହି ଆସୁଥିବା ବିସ୍ଥାପିତଙ୍କ ଥଇଥାନ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା।ତେବେ ଏହି ଥଇଥାନଙ୍କୁ ନେଇ ବିସ୍ଥାପିତ ପରିବାର ସଦସ୍ୟଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ସ୍ବାଗତ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିସ୍ଥାପିତ ପରିବାର ସଦସ୍ୟଙ୍କ ସହ ଟିଟିଲାଗଡ ପୌର ପରିଷଦରର ସିଇଓ ଶୁଭଶ୍ରୀ ସାହୁ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।