-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ପଦ୍ମପୁର/ବିଜେପୁର:-ରାଜ୍ୟରେ ବର୍ତ୍ତମାନ ମୋ ସରକାର ଏବଂ 5ଟି ପ୍ରଚଳିତ ଥିବା ବେଳେ ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଉଦାହରଣ ରହିଛି, ଏଭଳି ଦୁର୍ନୀତିରେ ଲିପ୍ତ ଥିବା କର୍ମଚାରୀ ମାନଙ୍କୁ ସିଧାସଳଖ ଚାକିରୀରୁ ବହିଷ୍କାର କରିବା କିମ୍ବା ବାଧ୍ୟତାମୂଳକ ଅବସର ପ୍ରଦାନ କରିଥିବା ଅନେକ ନଜିର ରହିଛି । ଏସବୁ ସତ୍ତ୍ୱେ ମଧ୍ୟ ବିଜେପୁର ବ୍ଲକରେ କେତେକ ଅସାଧୁ କର୍ମଚାରୀ ଏସବୁକୁ ଖାତିର ନ କରି ଚିରାଚରିତ ଭାବରେ ଦୁର୍ନୀତିରେ ନିଜକୁ ଲିପ୍ତ ରଖୁଛନ୍ତି ଯାହାଦ୍ୱାରା ରାଜସ୍ୱହାନୀ ଘଟିବା ସହ ସରକାରଙ୍କ ଛବି ମଳିନ ହେବାରେ ଲାଗିଛି ।କିଛିଦିନ ପୂର୍ବରୁ ଏହି ବ୍ଲକର ବିଡିଓଙ୍କୁ ଭିଜିଲାନ୍ସ ଚଢ଼ାଉ କରିବା ସହ ଚାକିରୀ ରୁ ନିଲମ୍ବିତ କରି ଜେଲ ଯିବାକୁ ପଡିଥିଲା କିନ୍ତୁ ଏବେମଧ୍ୟ ତାଙ୍କର ଅନୁଗାମୀ ମାନଙ୍କ ଅଭାବ ନାହିଁ ବିଜେପୁର ବ୍ଲକରେ.5ଟି ସଚିବ ଭି କେ ପଣ୍ଡିଆନ ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଅନବରତ ଚେଷ୍ଟା କରୁଥିବା ବେଳେ ବିଜେପୁର ବ୍ଲକରେ କାର୍ଯ୍ୟରତ ସରକାରୀ କଳ ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବାକୁ ପଛାଉନାହାନ୍ତି ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିଜେପୁର ବ୍ଲକରେ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଲେରପାଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନିମ୍ନମାନର କାମ ଯୋଗୁଁ ଭୁଷୁଡ଼ି ଯାଇଛି ମିଶନ ଶକ୍ତି ଗୃହ।ସୂଚନା ଅନୁଯାୟୀ ରାଜ୍ୟ ସରକାର ମହିଳା ମାନଙ୍କ ସଶକ୍ତିକରଣ ନିମନ୍ତେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି,ଏହି କ୍ରମରେ ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ମିଶନ ଶକ୍ତି ଗୃହଗୁଡିକରେ ରହିଥିବା ଭିତ୍ତିଭୂମି ଏବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଆର୍ଥିକ ଆତ୍ମ ନିର୍ଭରଶୀଳ ହେବା ଦିଗରେ ସହାୟକ ହୋଇପାରିଛି। ସଭା ସମିତି ଏବଂ ପ୍ରଶିକ୍ଷଣ ପାଇଁ ବ୍ୟବହାର ହେଉଥିବା ମିଶନ ଶକ୍ତି ଗୃହକୁ ସଦସ୍ୟାମାନେ ଏବେ ଉତ୍ପାଦନ କେନ୍ଦ୍ର ଭାବରେ ମଧ୍ୟ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାର ଓଡିଶାର ସହରାଞ୍ଚଳର ପ୍ରତି ୱାର୍ଡ ଏବଂ ପ୍ରତି ଗ୍ରାମ ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ।କିନ୍ତୁ ଏଭଳି ମହତ ଯୋଜନାକୁ ସଫଳ କରିବା ପରିବର୍ତ୍ତେ ବିଜେପୁର ବ୍ଲକର ଅସାଧୁ କର୍ମଚାରୀ ମାନେ ଅର୍ଥ ଲୋଭରେ ନିମ୍ନ ମାନର କାର୍ଯ୍ୟ କରିବାକୁ ପଛାଉନାହାନ୍ତି ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଫୁଲେରପାଲି ଗ୍ରାମରେ ।ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଥିବା ଉକ୍ତ କାର୍ଯ୍ୟ କିଭଳି ଭାବରେ ଏଭଳି ନିମ୍ନମାନର ହେଲା ଯାହାଫଳରେ ନିର୍ମାଣାଧୀନ ଘର ଭୁଷୁଡ଼ିଯାଇଛି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି!ଏନେଇ ସ୍ଥାନୀୟ ଜନସାଧାରଣଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।ଗୋଟିଏ ପଟେ ରାଜ୍ୟ ସରକାର ଲୋକଙ୍କ ସୁବିଧା ନିମନ୍ତେ ଦିନରାତି ଅନବରତ ଚେଷ୍ଟା ଚଳେଇଥିବା ବେଳେ ବିଜେପୁର ବ୍ଲକର ଅସାଧୁ କର୍ମଚାରୀ ମାନଙ୍କ ଏଭଳି ବ୍ୟବହାର ଯୋଗୁଁ ସରକାରଙ୍କ ଛବି ମଳିନ ହେବାକୁ ଲାଗୁଛି । ତୁରନ୍ତ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ସଚେତନ ନାଗରିକବୃନ୍ଦ ଦାବୀ କରିଛନ୍ତି