-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ବଲାଙ୍ଗିର, (ପ୍ରେରଣା ଖବର)- ଆଜି ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ତିନୋଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ବଲାଙ୍ଗିର ବ୍ଲକ ସ୍ଥିତ ମାୟାବର୍ହା ପଞ୍ଚାୟତର ଘୁଟୁପାଲି ଠାରେ ଏକ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ବିଧାୟକ ଶ୍ରୀ ମିଶ୍ର ଭିତ୍ତିପ୍ରସ୍ତର ଦେଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ଏ ପଞ୍ଚାୟତରେ ଥିବା ପ୍ରାୟତଃ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ । ପରେ ଭୁଣ୍ଡିମୁହାଣ ପଞ୍ଚାୟତ ଅନ୍ତର୍ଗତ କର୍ଲାପିଟା ଏବଂ ସରଗାଡପାଲି ଠାରେ ମଧ୍ୟ
ଦୁଇଟି ଘରକୁ ଘର ପାଇପ ଯୋଗେ ପିଇବା ପାଣି ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦେଇଥିଲେ ମାନ୍ୟବର ବିଧାୟକ । ଏହି ଅବସରରେ ଘୁଟୁପାଲି, କର୍ଲାପିଟା ଏବଂ ସରଗାଡପାଲି ଠାରେ ସାଧାରଣ ଲୋକଙ୍କ ସହିତ ସେ ସେହି ପଂଚାୟତ ଗୁଡିକରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ଭୁଣ୍ଡିମୁହାଣ ପଂଚାୟତର ପ୍ରତ୍ୟେକ ଗାଁକୁ ବିଜୁଳି, ରାସ୍ତା ଓ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଗୋଟିଏ ବର୍ଷ ଭିତରେ ନିଶ୍ଚିତ କରାଯିବ ବୋଲି ଶ୍ରୀ ମିଶ୍ର ଦୃଢତା ସହ ଲୋକଙ୍କୁ କହିଥିଲେ । ଠିକ୍ ସେହିପରି ମାୟାବର୍ହା ପଂଚାୟତରେ ମଧ୍ୟ ମା ମାନେ ବିଭିନ୍ନ ପ୍ରକାର ସମସ୍ୟା ଯଥା ଏସ୍ଏଚ୍ଜି ଗୃହର ଅଭାବ, ରାସ୍ତା, ଗାଧେଇବା ପାଇଁ ପାଣି ସମସ୍ୟା ଉପରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ତାଙ୍କ ସହ ଗ୍ରମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଆଶୁତୋଷ ଭଦ୍ର, କନିଷ୍ଠ ଯନ୍ତ୍ରୀ ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ଉମାଶଙ୍କର ପଣ୍ଡା, ସରପଞ୍ଚ ଘାସିରାମ ବେହେରା, ରାଧାକାନ୍ତ ଭୋଇ, ବିପିନ ବାଗ, ଟୁନା ମିଶ୍ର, ଶିଶିର ବାଗ, ଗୋବିନ୍ଦ ନାଏକ, ଆକାଶ ପାତ୍ର, ଅନୁରୁଦ୍ଧ କାନେର, ଶୁଶାନ୍ତ ବାଗ, ତେଜ ମହାକୁର, ଦିଲିପ ବଢେଇ, ରାଜୁ ପଧାନ, ଝସକେତନ ପୋଡ, ପବିତ୍ର ବାଗ, କୃଷ୍ଣ ବେହେରା, ଋଷବ ତାଣ୍ଡି, ପଂଚା ଘିଭେଲା, ଉପେନ୍ଦ୍ର ବରିହା, ଭଗବାନ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ ।