-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ବଲାଙ୍ଗୀର,(ପ୍ରେରଣା ଖବର)-ଓଡିଆ, କୋଶଲୀ ଓ ହିନ୍ଦୀ ସାହିତ୍ୟର ଯଶସ୍ୱୀ କବି, କଥାକାର ଏବଂ ସାରସ୍ୱତ ସ୍ରଷ୍ଟା ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍ଗାତାଙ୍କ ୮୭ତମ ଜନ୍ମବାର୍ଷିକୀ ଅବସରରେ ଗୁରୁବାର କବିକୁଟୀର ସମ୍ମୁଖରେ ଜୟନ୍ତୀ ସଭା କରାଯାଇଥିଲା । ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିନନ୍ଦନ ଶ୍ରୀନିବାସ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଉଦ୍ଗାତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି, କବି, ଲେଖକ, ସାହିତ୍ୟପ୍ରେମୀ ଉପଢ଼ୌକନ, ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ଅଭିନନ୍ଦନ ଜଣାଯାଇଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସହଧର୍ମିଣୀ ସୌଦାମିନୀ ଉଦ୍ଗାତା, ନଳିନୀପ୍ରଭା ଷଡଙ୍ଗୀ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଫେସର ରବିଶଙ୍କର ପାଣ୍ଡିଆ, କବି ବିଜୟ କୁମାର ତ୍ରିପାଠୀ, ଜିଲା ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ, ଜିଲା ସ୍ୱଳ୍ପ ସଞ୍ଜୟ ବିଭାଗ ସ୍ୱତନ୍ତ୍ର ଅଧିକାରୀ ବିଜୟ ଶତପଥି, କବି ସନ୍ଦୀପ କୁମାର କୁଅଁର, ହୃଷୀକେଶ ପୁରୋହିତ, ଶିବ ଖୁଆସ, ସୁଦୀପ କୁମାର ଗୁରୁ, ପ୍ରେସ୍କ୍ଳବ୍ ସଭାପତି ଅରୁଣ ମିଶ୍ର, ସତ୍ୟସୁନ୍ଦର ଭଞ୍ଜ, କପିଳ ପତି, ପ୍ରଶାନ୍ତ ମହାକୁର, ମାହେଶ୍ୱରୀ ସଙ୍ଗଠନର ଅଙ୍କୁଶ ପାଣ୍ଡିଆ, ବିଶ୍ୱଜିତ୍ ଦାଶ, ବ୍ୟାସଦେବ ନନ୍ଦ, ରତନ ମହାରଣା, ପ୍ରଭାକର ମିଶ୍ର, ଅଜିତ ମହାନ୍ତି, ପରିବାର ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ରହି କବି ଉଦ୍ଗାତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ତାଙ୍କର ସାରସ୍ୱତ କୃତି ଓ ଗୌରବ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କବି ଉଦ୍ଗାତା କହିଥିଲେ ଯେ, ଲେଖକର ଅସଲ ପ୍ରାପ୍ୟ ହେଉଛି ପାଠକ । ପଠନ ବିରତ ନହେବା ହିଁ ଲେଖକଙ୍କୁ ଉଚିତ୍ ସମ୍ମାନ ବୋଲି ସେ କହିଥିଲେ ।
ପାଠକଟି ଲେଖକର ସର୍ଜନା ପାଠ କରି ଆନନ୍ଦ ପାଇଲେ ଲେଖକୁ ସବୁ ମିଳିଯାଏ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ବୀରେନ୍ଦ୍ର କୁମାର ଝାଙ୍କର ସଂଯୋଜନା କରିଥିଲେ । ସଭାପତୀୟ ଅଭିଭାଷଣରେ ନାଟ୍ୟଭୂଷଣ ଛୁରିଆ କବି ଉଦ୍ଗାତା ୩୧୬ ଖଣ୍ଡ ବହିର ସଷ୍ଟ୍ରା ବୋଲି ସୂଚନ ଦେବା ସହ ଓଡିଶା, ହିନ୍ଦୀ, ମାଲାୟଲମ୍, ତାମିଲ, ତେଲଗୁ, ଇଂରାଜୀ ଭଳି ୭ଟି ଭାଷାରେ ଅନୁବାଦ କରି ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ସୂଚନା ଦେଇଥିଲେ । ଏହି ଅବସରରେ କବିଙ୍କର ଦୀର୍ଘ, ସୁସ୍ଥ ଓ ନିରାୟୟ ଜୀବନ କାମନା କରାଯାଇଥିଲା । ଶେଷରେ ଯୁଧିଷ୍ଠିର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ରୋତସ୍ୱତୀ ପ୍ରକାଶନୀ, ସମ୍ବାଦ ସାହିତ୍ୟଘର, ବୀଣାପାଣି ପ୍ରକାଶନ, ମାହେଶ୍ୱରୀ, ପ୍ରେସ୍ କ୍ଳବ୍ ତରଫରୁ କବି ଉଦ୍ଗାତାଙ୍କୁୁ ସମ୍ବର୍ଦ୍ଧିତ କରାଯାଇଥିଲା ।