-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ) : ଦୁର୍ନୀତିକୁ ରୋକିବା ପାଇଁ ସରକାର ୫- ଟି ଏବଂ ସୂଚନା ଅଧିକାର ଆଇନ ପ୍ରଣୟନ କଲେ । ଆଇନ ତା ବାଟରେ ଚାଲିଲା । ଦୁର୍ନୀତି ବଢ଼ିବାକୁ ଲାଗିଲା । ସରକାର ବାଧ୍ୟ ହୋଇ ଦୁର୍ନୀତିଖୋର୍ ମାନଙ୍କୁ ଚାକିରିରୁ ବହିଷ୍କାର କଲେ । ଏହାପରେ ମଧ୍ୟ ସରକାର ଦୁର୍ନୀତି ରୋକିବାରେ ବିଫଳ ହେଲେ । ସରକାର ନିୟମ ପ୍ରଣୟନ କଲେ, ଅସାଧୁ କର୍ମଚାରୀ ନିୟମ ଉଲଂଘନର ବାଟ ବାହାର କରେ । ଆଇନ ପ୍ରଣୟନ କରାଯାଉଛି ହେଲେ କଡାକଡି କରୁନଥିବାରୁ ଦୁର୍ନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାରେ ଏହାର ନଗ୍ନ ନମୁନା ଦେଖିବାକୁ ମିଳୁଛି । ଇତି ମଧ୍ୟରେ କିଛି ଦୁର୍ନୀତିଖୋର୍ ସରକାରୀ କର୍ମଚାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ବଦଳି କଲେ । ବଦଳି ଏମାନଙ୍କ ପାଇଁ ସଜା ନୁହେଁ ବରଂ ମଜା । ବଦଳି ହେଲା ପରେ ମଧ୍ୟ ସେମାନଙ୍କ ଚରିତ୍ର ରେ ପରିବର୍ତ୍ତନ ହେଲାନାହିଁ ।ସେହି କର୍ମଚାରୀ ମାନଙ୍କୁ ସରକାର ଦେଉଥିବା ଦରମା ନିଅଣ୍ଟ ହେଉଥିବାରୁ ଦୁର୍ନୀତି କରି ନିଜର ଚାହିଦା ମେଣ୍ଟାଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ଅଧିକାରୀ ଙ୍କ ଅଜାଣତରେ ତାଙ୍କ ନାମ ନେଇ ଟଙ୍କା ଆୟ କରୁଥିବା ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ବଲାଙ୍ଗୀରର ଜୈନେକ ସରକାରୀ କର୍ମଚାରୀଙ୍କୁ କଣ୍ଟାବାଞ୍ଜିକୁ ତାଙ୍କ କାର୍ଯ୍ୟକଳାପ ପାଇଁ ବଦଳି କରାଯାଇଥିଲା । ବଦଳି ହେଲା ପରେ ମଧ୍ୟ ଚରିତ୍ର ରେ ପରିବର୍ତ୍ତନ ହେଲାନାହିଁ । ଜଣେ ହିତାଧିକାରୀଙ୍କ ଠାରୁ ଅଧିକାରୀଙ୍କୁ ଦେବାପାଇଁ କହି ଟଙ୍କା ଆଦାୟ କରିଥିବା ବିଷୟ ଅଧିକାରୀ ଜଣକ ଜାଣିଲେ । ଉପରୋକ୍ତ ବିଷୟକୁ ନେଇ ପଚାରିବାରୁ ପ୍ରତ୍ୟୁତ୍ତର ରେ କର୍ମଚାରୀ ନିଜ ଘର ଛାତ ତିଆରି ପାଇଁ ନେଇଥିବା ସଫେଇ ଦେଇଥିବା ଚର୍ଚ୍ଚା ହୁଏ । ଦୁର୍ନୀତି ମନୋବୃତ୍ତି ଥିବା କର୍ମଚାରୀ ଯେଉଁ ସ୍ଥାନ କୁ ବଦଳି ହୋଇ ଗଲେ ମଧ୍ୟ ଦୁର୍ନୀତି ଛାଡ଼ିବା କଷ୍ଟକର । ଏଣୁ ଏଭଳି କର୍ମଚାରୀ ମାନଙ୍କୁ ସରକାର ଲାଗୁ କରିଥିବା ୫- ଟି ନିୟମ ଅନୁସାରେ ଚାକିରିରୁ ବହିଷ୍କୃତ କରିବା ଆବଶ୍ୟକ। ଯଦ୍ୱାରା ଅନ୍ୟମାନେ ସଜାଗ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ।