-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ସୁବର୍ଣ୍ଣପୁର //ନୂତନ ବର୍ଷ ୨୦୨୨ ଏଥର କିଛି ନିଆରା ଢଙ୍ଗ ରେ ପାଳନ କଲେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କିଛ ଯୁବ ସମାଜସେବୀ ।ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ( ଓ ୟୁ ଜେ) ସୁବର୍ଣ୍ଣପୁର ଶାଖା ର ସଭାପତି ସନ୍ତୋଷ କୁମାର ମିଶ୍ର କର କମଳ ରେ ୧ ,୧,୨୦୨୨ ରିଖ ରୁ ତା ୧୫,୧,୨୦୨୨ ଙ୍କ ଦ୍ଵାରା ରକ୍ତ ଦାନ ଶିବିର ଉଦଘାଟିତ ହୋଇଛି l ଏ ଶିବିର ୧୫ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାର ରକ୍ତ କେନ୍ଦ୍ରରେ ଆୟୋଜିତ ହେବ ଓ ପ୍ରତି ଦିନ କିଛି କିଛି ରକ୍ତଦାତା ରକ୍ତଦାନ କରିବାର କାର୍ଯ୍ୟକ୍ରମ ରହିଛି l ସେହିପରି ସୁବର୍ଣ୍ଣପୁର ଜିଲ୍ଳାର କୁଷ୍ଟାଶ୍ରମ ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ ସହିତ ଗରିବ ଲୋକଙ୍କୁ ଜଳଖିଆ , ଖାଇବା କୁ ଦେଇଛନ୍ତି ସେଇ ଯୁବ ଗୋଷ୍ଠୀ l ବୌଦ୍ଧ ଜିଲ୍ଲାର ମାରୁତି ସେନା ପକ୍ଷରୁ ମେଡିକାଲ ରେ ଚିକିତ୍ସା ଧିନ ରୋଗୀଙ୍କୁ ଫଳ ଓ ମିଷ୍ଟାନ୍ନ ଦେଇ ତାଙ୍କ ସହ ନିଆରା ନବ ବର୍ଷ
ପାଳନ କରିବା ସହିତ ସମାଜକୁ ଆଗାମୀ ଯୁବ ପିଢୀଙ୍କୁ ଦିଗଦର୍ଶନ ଦେବ l ଏହି କାର୍ଯକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଅଞ୍ଜନ ପଧାନ, ଜୀବନ ପଧାନ, ରୂପକ ମହାନ୍ତି, ମହାଦେବ କଲତା , ଦୀପକ ମେହେର,, ପଞ୍ଚାନନ ମହାକୁର ଓ ଅନ୍ୟାନ୍ୟ ଯୁବ ସମାଜସେବୀ ମାନେ ଉପସ୍ଥିତ ଥିଲେ । ରାଜ୍ୟ ରକ୍ତ ଦାତା ସଂଘ ଉଦ୍ୟୋକ୍ତl ମନୋଜ ପଣ୍ଡାଙ୍କ ତତ୍ୱାବଧାନ ରେ ଏହି 15 ଦିନିଆଁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି l