-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ଭୁବନେଶ୍ୱର (ସୁଭାସିସ ନାୟକ): ଉଠା ଦୋକାନୀମାନଙ୍କ ଉଚ୍ଛେଦ ଦାବିରେ ମାର୍କେଟ ବିଲ୍ଡିଂ ବନ୍ଦ ହେଲା ଭୁବନେଶ୍ୱରର ଜନବହୁଳ ମାକେର୍ଟ ମାର୍କେଟ ବିଲ୍ଡିଂ । ଉଠା ଦୋକାନୀମାନଙ୍କ ଉଚ୍ଛେଦ ଦାବି ପୂରଣ ନହେବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଏହି ବନ୍ଦ ଡାକରା ଦେଇଛି । ଉଠା ଦୋକାନୀଙ୍କ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଉଚ୍ଛେଦ ଦାବି କରିଥିଲେ । ତେବେ ସେମାନଙ୍କର ଦାବି ପୂରଣ ହୋଇ ନ ପାରବାରୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଛି ।ଦୀର୍ଘଦିନ ଧରି ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ସଂଘ ବିରୋଧ କରିଆସୁଛି । ଉଠା ଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ସମସ୍ୟାର ସମାଧାନ ନେଇ ବୁଧବାର ବିଏମସି ଅଧିକାରୀ ଓ କମିଶନର ପୁଲିସ ଓ ସଂଘ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ବୈଠକ ପରେ ସମସ୍ୟାର ସମାଧାନ ଉପରେ ନିଷ୍ପତି ବାହାରିପାରେ ।
ଏହାସହ ସହ ଅସାମାଜିକ ବ୍ୟକ୍ତିଙ୍କ ଅସାମାଜିକ କାର୍ଯ୍ୟ ବଢୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ରାସ୍ତାରେ ଦୋକାନ ପକେଇବାରୁ ପ୍ରବଳ ଭିଡ଼ ହେଉଥିଲା । ଯାହାକୁ ନିୟନ୍ତ୍ରଣ କରିବା ସଂଘ ପକ୍ଷେ କଷ୍ଟକର ହୋଇ ପଡ଼ିଥିଲା । ଭିଡ଼ କାରଣରୁ ବିଏମସି ବାରମ୍ବାର୍ ଚଢ଼ାଉ କରୁଥିବା ସଂଘ ଅଭିଯୋଗ କରିଛି । ତେଣୁ ଉଠା ଦୋକାନୀଙ୍କୁ ବିଏମସି ଉଚ୍ଛେଦ ନକରିବା ଯାଏ ମାର୍କେଟ୍ ବିଲ୍ଡିଂ ବନ୍ଦ ରହିବ ବୋଲି ସଂଘ କହିଛି ।