-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ଭୁବନେଶ୍ୱର(ସୁଭାସିସ ନାୟକ): ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଗୋଡେଇ ଗୋଡେଇ ହାଣିଥିବା ଭଳି ଅଭଭାନୀୟ ଦୃଶ୍ୟ ରାଜଧାନୀରେ ଦେଖିବାକୁ ମିଳିଛି । ଆକ୍ରମଣର ଶୀକାର ହୋଇଥିବା ମହିଳା ଜଣଙ୍କ ହେଲେ ଫୁଲେଶ୍ୱରୀ ବସ୍ତିର ରୁସାନ୍ ବିବି । ରସାନ୍ଙ୍କ ଦୁଇ ହାତ ଓ ଛାତିକୁ ଦୁର୍ବୃତ୍ତମାନେ ହାଣି ପକାଇଥିଲେ । ଉକ୍ତ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଅନ୍ୟ ପଟେ ରୁସାନଙ୍କ ବିିବିଙ୍କ ପୁଅକୁ ଦୁର୍ବୃତ୍ତମାନେ ବାନ୍ଧି କଙ୍ଗାରୁ କୋର୍ଟ କରିବା ସହ ବାନ୍ଧି ନିର୍ଧୁମ ପିଟିଥିଲେ । ରୁସାନା ବିବି ଜୀବନ ବିକଳରେ ଦୋଡି ଦୋଡି ଆସି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚô ମହିଳାଙ୍କ ପୁଅକୁ ଉଦ୍ଧାର କରିଛି । ଅନ୍ୟ ପଟେ ଏକ ମାମଲା ରୁଜୁ କରି ଅପରାଧୀମାନଙ୍କୁ ଧରିବାକୁ ଜୋରଦାର ଚଢ଼ଉ ଜାରି ରଖିଛି ଫୁଲେଶ୍ୱରୀ ବସ୍ତିରେ ପୁଅ, ସ୍ୱାମୀଙ୍କ ସହ ରୁସାନ୍ ବିବି(୪୨) ରୁହନ୍ତି । ସରକାରୀ ଜମିରେ ଘର କରିବାକୁ କେନ୍ଦ୍ରକରି ପଡୋଶୀଙ୍କ ସହ ପୂର୍ବରୁ ରୁସାନଙ୍କ ବିବାଦ ଘନିଭୂତ ହୋଇଥିଲା । ଏହି ବିବାଦ ମଙ୍ଗଳବାର ଉଗ୍ରରୂପ ଧାରଣ କରିଥିଲା । ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ୧୦ରୁ ଅଧିକ ଯୁବକ ହାତରେ ମାରଣାସ୍ତ୍ର ଧରି ରୁସାନଙ୍କ ଘର ସମ୍ମୁଖକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ରୁସାନ ଆସି ପଚାରିବାରୁ ଦୁର୍ବୃତ୍ତମାନେ ହାତରେ ଧରିଥିବା ଭୁଜାଲିରେ ମହିଳାଙ୍କୁ ଗୋଡେଇ ଗୋଡେଇ ହାଣି ପକାଇଥିଲେ । ପୁଅ ପ୍ରତିବାଦର କରିବାରୁ ତାକୁ ବାନ୍ଧି ନିର୍ଧୁମ ମାଡ ମାରିଥିଲେ । ଯୁବକମାନେ ମହିଳାଙ୍କ ମୋବାଇଲ ଫୋନକୁ ଛଡାଇ ନେଇ ଯିବା ପରେ ସେ ଦୈାଡି ଦୋ÷ଡି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚô ଅପରାଧୀମାନଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଛି ।