-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Jan-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସ୍ଥିତ ସନ୍ଥ ଭୀମ ଭୋଇ ଙ୍କ ଜନ୍ମ ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି ହେଉଛି । ବିନିକା ମହାନଦୀ ଯୁବ ସଂଗଠନ ସମ୍ପାଦକ କ୍ଷୀର ସାଗର ବିହାରଙ୍କ ଅଧ୍ୟକ୍ଷତାରେ ସଚେତନତା ବ୍ୟକ୍ତି ମିଳିତ ହୋଇ ଭୀମ ଭୋଇଙ୍କ ଜନ୍ମ ମାଟିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଓ ବୀରମହାରାଜପୁର କୌଣସି ଛକ ନିକଟରେ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ସକାଶେ ଦାବି କରିଛନ୍ତି ।ବୈଠକରେ
ଦୁର୍ଗାଚରଣ କଲତା, ଦୁର୍ଯ୍ୟୋଧନ ମେହର, ରାମଗୋପାଳ ବାଘ, ଦୀନବନ୍ଧୁ ମେହର, ତପନ ମହାନନ୍ଦ ,ସାରଙ୍ଗ ଦାସ, ଜଟେସିଂହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିପୁରାରୀ ରଥ,
ବଳିୟାର ବାଦୀ, କେଶବ, ଗୋବିନ୍ଦ ମାହାଣା, ସୁବାସ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଏନେଇ ଏକ ଦାବି ପତ୍ର ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କୁ ପ୍ରଦାନ କରିଥିଲେ ।