-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
02-Jan-2022
ବରଗଡ/ବିଜେପୁର:-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମ ଯୋଖିପାଲିର ଲିଟିପାଲି ରାସ୍ତା କଡରେ ଥିବା ଗଭୀର ନଳକୂପ ଦୀର୍ଘମାସ ଧରି ଅଚଳ ହୋଇପଡିଛି ଯାହାଦ୍ୱାରା ୨ ନମ୍ବର ୱାର୍ଡ ବାସୀ ହଇରାଣ ହେଉଛନ୍ତିl ଏହି କାମ କେଉଁ ବିଭାଗ ଦ୍ୱାରା ହୋଇଛି ଏବଂ କେତେଟଙ୍କା କାର୍ଯ୍ୟ ହୋଇଛି ତାହା ମଧ୍ୟ ସୂଚନା ଫଲକ ମାଧ୍ୟମରେ ପ୍ରକାଶ କରାଯାଇନାହିଁ l ଏନେଇ ଗ୍ରାମର ସଚେତନ ନାଗରିକଗଣ କ୍ଷୋଭ ପ୍ରକାଶ କରିଛନ୍ତି, ରାଜ୍ୟରେ "ମୋ ସରକାର" ଏବଂ "5T" ପ୍ରଚଳିତ ଥିବା ବେଳେ ଲୋକଙ୍କୁ ଏଭଳି ଅନ୍ଧାରରେ ରଖିବା କେତେଦୂର ଯୁକ୍ତିଯୁକ୍ତ ତାହା ଉପରେ ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି l ଗ୍ରାମର ଯୁବନେତା ଦେବେନ୍ଦ୍ର ସାହୁ ଏହି ନଳକୁପକୁ ଶୀଘ୍ର ମରାମତି କରିବା ପାଇଁ ବିଜେପୁର ବ୍ଲକ ପ୍ରଶାସନ କୁ ଦାବି କରିଛନ୍ତି, ଶୀଘ୍ର ଏହି କାର୍ଯ୍ୟ ନ କଲେ ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି