-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
02-Jan-2022
ବଲାଙ୍ଗୀର(ପ୍ରେରଣା ଖବର) - ରକ୍ତଦାନ କରି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ନୂତନ ବର୍ଷରେ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମାଲିସିଉଡି ଗ୍ରାମର ମକରଧ୍ୱଜ ପଧାନ (୫୯) ଓ ତରଭା ବ୍ଲକ ପୂର୍ଣ୍ଣପାଣି ଗ୍ରାମର ଲାଲ ବିଶି (୬୭) କିଡନି ସମସ୍ୟା ହେତୁ ବଲାଙ୍ଗିର ଭୀମ
ଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ପରିମାଣ କମ ଥିବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ କହିଥିଲେ । ଉଭୟେ ରକ୍ତ ପାଇଁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ ମାଧ୍ୟମରେ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ପୁଇଁନ୍ତଲା ବ୍ଲକ ରାଜବଂଶ ପଧାନ ଓ ରାମକୃଷ୍ଣ ନାଏକଙ୍କୁ ଫୋନ କରିବାରୁ ଉଭୟ ଯୁବ ସଦସ୍ୟ
ସଙ୍ଗେ ସଙ୍ଗେ ଆସି ରକ୍ତଦାନ କରି ଗରୁଡଧ୍ୱଜ ପଧାନ ଓ ଲାଲ ବିଶିର ଜିବନ ବଂଚାଇଥିଲେ । ରକ୍ତଦାତା ରାଜବଂଶ ପଧାନ ଓ ରାମକୃଷ୍ଣ ନାଏକଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କୁଲୁତା ସମାଜ ସଭାପତି ପ୍ରଦ୍ୟୁମ୍ନ ସାହୁ ଓ ସଂପାଦକ କ୍ଷେତ୍ରବାସୀ ପଧାନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଓ ବଲାଙ୍ଗିର ଜିଲ୍ଲା ଯୁବ ସଂଗଠନର ଦିର୍ଘାୟୁ କାମନା କରିଛନ୍ତି ।