-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
01-Jan-2022
ପଦ୍ମପୁର //ଆଜି ହେଉଛି ନୂତନ ବର୍ଷ,ଆଜି ଗାଁ ଠୁ ସହର ନୂଆ ବର୍ଷ ରେ ଚଳ ଚଞ୍ଚଳ ଥିବା ବେଳେ ଆଜି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମର ଯୁବ ସମାଜସେବୀ ରୂପେନ୍ଦ୍ର ପାଣ୍ଡେ ନିଆଁରା ଢଙ୍ଗ ରେ ଆଜି ନୂତନ ବର୍ଷ ପାଳନ କରିଛନ୍ତି।ବର୍ତ୍ତମାନ ସାରା ରାଜ୍ୟରେ ଶୀତ ର ଲହରୀ ଖେଳୁଥିବା ବେଳେ ଏଇ କିଛି ଦିନ ତଳେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କରକାପାତ ଫଳରେ ସହରରେ ପ୍ରବଳ
ଶୀତ ବଢିବା ସ୍ୱାଭାବିକ କଥା lଠିକ ଏଇ ସମୟରେ ଶ୍ରୀ ପାଣ୍ଡେ ଦେଖିବାକୁ ପାଇଲେ ପଦ୍ମପୁର ଥାନା ସମ୍ମୁଖରେ ଥିବା ଶଙ୍କର ଜ୍ୱେଲେରୀ କଡରେ ଏକ ପରିବାର ବେସାହାରା ଭାବେ ଦୟନୀୟ ଅବସ୍ଥାରେ ଶୋଇଛନ୍ତି lଆଜି ଯୁବ ସମାଜ ସେବୀ ରାସ୍ତା ରେ ଯାଉ ଥିବା ସମୟରେ ଅସହାୟ ମାନଙ୍କୁ ଦେଖି ଶୀତ ବସ୍ତ୍ର ଓ କିଛି ଖାଇବା ପାଇଁ ସାହାଯ୍ୟ ର ହାତ ବଢାଇ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି।ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଜନସାଧାରଣ ରେ ବେଶ ପ୍ରଶଂସିତ ହୋଇଛନ୍ତି l