-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
01-Jan-2022
ବରଗଡ/ଅତାବିରା: ବରଗଡ ଜିଲ୍ଲା ଭେଡେନ ବ୍ଲକ କୃଷକ ଭବନ ଠାରେ ମହାନ ରାଜନେତା ସ୍ବର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି | ସ୍ବର୍ଗତ କିଶୋର ମହାନ୍ତି କେବଳ ଜଣେ ବିଧାୟକ ନଥିଲେ ସେଥିଲେ ଜଣେ ଜନନେତା, ଗରିବ ଖଟିଖିଆ ମଜୁରିଆଙ୍କ ହୃଦୟ ଜିଣି ପାରୁଥିବା ସରଳ ସ୍ଵଭାଵ ବ୍ୟକ୍ତି ବିଶେଷ ଥିଲେ | ସେ ଥିଲେ ଓଡିଶା ରାଜନୀତିର ଉଜ୍ବଳମୟ ତାରକା, ପୂର୍ବତନ ବାଚସ୍ପତି, ପଶ୍ଚିମ ଓଡିଶା ବିକାଶ ପରିଷଦର ପୂର୍ବତନ ଅଧକ୍ଷ, ଚତୁର୍ଥ ଥର ପାଇଁ ସେ ବିଧାୟକ ଓ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ ତେଣୁ ତାଙ୍କ ଅକାଳ ବିୟୋଗରେ ଓଡିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି | ଯାହା ଅପୂରଣୀୟ ହୋଇରହିବ ବୋଲି ଅତାବିରା ବିଧାୟିକା ତଥା ରାଜ୍ୟ ମହିଳା ସଭାନେତ୍ରୀ
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଉକ୍ତ ଶୋକ ସଭାରେ ନିଜ ବକ୍ତ୍ୟବ୍ୟରେ କହିଥିଲେ | ଏହି ସଭାସ୍ଥଳି କୃଷକ ଭବନ ମଧ୍ୟ ତାଙ୍କରି ଅବଦାନ ଅଟେ ଓ ପଶ୍ଚିମ ଓଡିଶାର ବିକାଶ ଦିଗରେ ତାଙ୍କର ପ୍ରମୁଖ ଅବଦାନ ରହିଛି ବୋଲି ବିଧାୟିକା କହିଥିଲେ |ଏହି ଶୋକ ସଭାରେ ଅତାବିରା ନିର୍ବାଚନ ମଣ୍ଡଳୀର ସମସ୍ତ ଛାତ୍ର, ଯୁବ ନେତାଙ୍କ ସହିତ ସମସ୍ତ ବିଜେଡି ଦଳୀୟ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ରହିଥିଲେ |