-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
31-Dec-2021
ସୁବର୍ଣ୍ଣପୁର :ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସଭାଗୃହରେ ଦିବଂଗତ ବାଚସ୍ପତି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ମହାନଦୀ ସାହିତ୍ୟ ସଂସଦ,ପଏଁରୀ,ଭୀମଭୋଇ କଳା ପରିଷଦ,ନାଟ୍ ଓ ନାଟ୍ୟଚକ୍ର ପରି ସାଂସ୍କୃତିକ ଅନୁଷ୍ଠାନର ମିଳିତ ଉପସ୍ଥିତିରେ ଆୟୋଜିତ ଶୋକସଭାରେ ପରଲୋକଗତ ଆତ୍ମାର ସଦଗତି ପାଇଁ ୨ମିନିଟର ନିରବ ପ୍ରାର୍ଥନା କରାଯାଇଥିବାବେଳେ ସ୍ବର୍ଗତ କିଶୋର ମହାନ୍ତିଙ୍କ ଅମାୟିକ ବ୍ୟକ୍ତିତ୍ବ,କଳା-ସାହିତ୍ୟ ଓ ସଂସ୍କୃତି ପ୍ରତି ରହିଥିବା ରୁଚି ଏବଂ ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ନେଇ ଅନୁଷ୍ଠାନ ସମୂହର କର୍ମକର୍ତ୍ତାମାନେ ସ୍ମୃତିଚାରଣ କରିଥିଲେ । ମହାନଦୀ ସାହିତ୍ୟ ସଂସଦର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞଳି ସଭାରେ ସୌରଭ ରଂଜନ ଖମାରୀ,ବେଣୁଧର ପ୍ରଧାନ,ପ୍ରଦ୍ୟୁମ୍ନ ସାହୁ,ଉମେଶ କୁମ୍ଭାର,ଲକ୍ଷ୍ମୀ ନାରାୟଣ ସାହୁ,ଚୌଧୁରୀ ବିଭାର ଓ ବନମାଳୀ ପଣ୍ଡା ପ୍ରମୁଖ ସ୍ବର୍ଗତ କିଶୋର ମହାନ୍ତିଙ୍କ କାର୍ଯ୍ୟଧାରାକୁ ନେଇ ସ୍ମୃତିଚାରଣ କରିଥିଲେ ।