-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ସ୍ୱଳ୍ପ ଖର୍ଚ୍ଚରେ ପ୍ଲାଷ୍ଟିକ୍‌ର ଶକ୍ତ ଏବଂ ଉତ୍କୃଷ୍ଟ ବିକଳ୍ପ ଅଛି-   ପ୍ରାଣନାଥ କଲେଜ ରସାୟନ ବିଜ୍ଞାନ ଆଲୁମିନି ତରଫରୁ ସେମିନାର ଅନୁଷ୍ଠିତ  

31-Dec-2021



ଖୋରଧା: ସ୍ଥାନୀୟ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ମୈତ୍ରୀ ଭବନରେ ରସାୟନ ବିଜ୍ଞାନ ବିଭାଗ ତରଫରୁ ଆଲୁମିନି ସମାବେଶ ସହିତ ଏକ ସେମିନାର ମହାସମାରୋହରେ ଅଲୁମିନି ଆସୋଚିଏସନର ସଂପାଦକ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ସ୍ନାତକ ବିଭାଗ ଖୋଲିବା ଦିନଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ମହାମିଳନ ହୋଇଥିବା ଏହି ସ୍ୱତନ୍ତ୍ର ଆଲୁମିନି ଉତ୍ସବରେ ସ୍ଥାନୀୟ ବିଧାୟକ

ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦ୍‌ଘାଟନ କରି କହିଲେ ଏହା ହେଉଛି ଏକ ମହାମିଳନର ମହୋତ୍ସବ । ଏହା ଶିକ୍ଷକ ଏବଂ ପିଲା ମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଆତ୍ମୀୟତା ଭଳି ଦିବ୍ୟ ଗୁଣ ଗୁଡିକୁ ଦୃଢ଼ କରିବା ସହିତ ପରପିଢ଼ିଙ୍କୁ ଉନ୍ନତିର ଶୀର୍ଷରେ ପହଂଚାଇବା ପାଇଁ ପ୍ରେରଣା ଯୋଗାଇଥାଏ । ଅନୁଷ୍ଠିତ ସେମିନାର “ନାଚୁରାଲ୍ ଫାଇବର୍ ରେନ୍‌ଫୋର୍ସଡ କମ୍ପୋଜିଟ୍ ଆଜ୍ ରିପ୍ଲେସ୍‌ମେଂଟ୍ ଅଫ୍ ପ୍ଲାଷ୍ଟିକ୍‌”ରେ ମୁଖ୍ୟବକ୍ତା ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ରସାୟନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଅଜୟ କୁମାର ବେହେରା କହିଲେ ଆଜି ବିଶ୍ୱରେ ପ୍ଲାଷ୍ଟିକର ବର୍ଜ୍ୟବସ୍ତୁ ଦ୍ୱାରା ପ୍ରଦ୍ୟୁଷଣ ଏକ ବିରାଟ ସମସ୍ୟା । ଏହା ଶହ ଶହ ବର୍ଷ ଧରି ମାଟିରେ ରହିଲେ ମଧ୍ୟ ନଷ୍ଟ ହୁଏ ନାହିଁ । ସେଥିପାଇଁ ତାର ବିକଳ୍ପ ଭାବରେ ଅନେକ ଗବେଷଣା ଚାଲିଛି । ସେ ନିଜେ ପ୍ରସ୍ତୁତ କରିଥିବା ସଂଦର୍ଭର କିଛି ଅଂଶକୁ ପାୱାର୍ ପଏଂଟ୍ ପ୍ରେଜେଂଟେସନ୍ ମାଧ୍ୟମରେ ଝୋଟ, ନଡିଆ କତା, କଦଳୀ ପଟୁଆ ଆଦି ବିଭିନ୍ନ ତନ୍ତୁଜାତୀୟ ବସ୍ତୁକୁ ପ୍ରସେସିଙ୍ଗ୍ କରି କିପରି ସ୍ୱଳ୍ପ ଖର୍ଚ୍ଚରେ ପ୍ଲାଷ୍ଟିକ୍ ଠାରୁ ଶକ୍ତ ଏବଂ ଉତ୍କୃଷ୍ଟ ବିକଳ୍ପ ତିଆରି କରାଯାଇପାରିବ ତାହା ଦର୍ଶାଇଥିଲେ । ସମ୍ମାନିତ ବକ୍ତା ଭାବରେ ରାଜ୍ୟର ପ୍ରମୁଖ ବୈଦୁତିକ ଗଣମାଧ୍ୟମ ବଡ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସ ଯୋଗଦେଇ କହିଲେ ଏହି ମହାବିଦ୍ୟାଳୟର ରସାୟନ ବିଭାଗର ପୂର୍ବତନ ଛାତ୍ର ଭାବରେ ମୁଁ ଗର୍ବିତ । ଆମେ ଯଦି ଏହି ଆଲୁମିନି ସଂଗଠନ ମାଧ୍ୟମରେ ମହାବିଦ୍ୟାଳୟର ସମସ୍ତ ବିଭାଗର ପୂର୍ବତନ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ଏକାଠି କରିପାରିବା ତେବେ ଏହି ମହାବିଦ୍ୟାଳୟ ସାରା ଭାରତ ବର୍ଷରେ ଏକ ଶୀର୍ଷ ସ୍ଥାନରେ ପହଂଚିପାରିବ । ସମ୍ମାନିତ ଅତିଥି ଭାବରେ ରସାୟନ ବିଭାଗର ପ୍ରଥମ ବିଭାଗୀୟ ମୁଖ୍ୟ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଦିବାକର ପଟ୍ଟନାୟକ ଯୋଗଦେଇ କହିଲେ ଏହି ମହାବିଦ୍ୟାଳୟର ମହାନତା ଯୋଗୁଁ ଆଜି ସାରା ଦେଶରେ ଏହାର ଛାତ୍ରଛାତ୍ରୀମାନେ ଅନେକ ଉଚ୍ଚ ପଦପଦବୀର ଅଧିକାରୀ ହୋଇପାରିଛନ୍ତି । ଅନ୍ୟତମ ଅତିଥି ଭାବରେ ଉତର ଓଡିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଯୋଗଦେଇ ଆଲୁମିନି ମାନଙ୍କର ସ୍ରଦ୍ଧା ତଥା ଆନ୍ତରିକତାକୁ ଭୂୟସୀ ପ୍ରସଂସା କରି ଉପସ୍ଥିତ ଛାତ୍ରଛାତ୍ରୀ ତଥାଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ରସାୟନ ବିଭାଗର ମୁଖ୍ୟ ଡ଼କ୍ଟର ଅଜନ୍ତା ଶତପଥି ତାଙ୍କ ସ୍ୱାଗତ ଭାଷଣରେ କହିଲେ ରସାୟନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଲୁମିନି ଉତ୍ସବ ପାଇଁ ଯେଉଁ ଉତ୍ସାହ ରହିଛି ତାହାକୁ ଆଗାମୀ ବର୍ଷମାନଙ୍କରେ ଆରମ୍ଭରୁ ପ୍ରତ୍ୟେକ ଶିକ୍ଷାବର୍ଷରୁ ପିଲାମାନଙ୍କୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ । ଶେଷରେ ଅତିଥିମାନେ  ମହାବିଦ୍ୟାଳୟରେ ସମସ୍ତ ବିଭାଗଠାରୁ ସର୍ବୋଚ୍ଚ ନମ୍ବର ରଖିଥିବା ମନସ୍ୱିନୀ ମହାରଣାଙ୍କୁ ତାଙ୍କ କୃତୀତ୍ୱ ପାଇଁ ଏକ ସ୍ମୃତିଫଳକ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟବକ୍ତା ଏହି ମହାବିଦ୍ୟାଳୟର ରସାୟନ ବିଭାଗର ଜଣେ ଆଲୁମିନି ହୋଇଥିବାରୁ ତାଙ୍କର ନିଷ୍ଠାପର ଗବେଷଣା ଆଜି ସାରା ବିଶ୍ୱକୁ ଉତ୍ସାହ ଯୋଗାଇଥିବାରୁ ଅତିଥିମାନେ ତାଙ୍କୁ ମଧ୍ୟ ଏକ ସ୍ମୃତିଫଳକ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଆଲୁମିନି ଆସୋସିଏସନର କୋଷାଧ୍ୟକ୍ଷ ଅଧ୍ୟାପକ ଶୁଶାନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମର ସଫଳତା

ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଶୈଳେନ୍ଦ୍ର ମିଶ୍ର, କାର୍ଯ୍ୟକ୍ରମ ସଂଯୋଜିକା ସିପ୍ରା ମହାନ୍ତି,  ବ୍ୟବସ୍ଥା ସଂଯୋଜକ ଗଦାଧର ରଥ, ସଂଯୋଜକ ଜଗନ୍ନ୍‌ାଥ ସାହୁ, ସଂଯୋଜିକା ଡଲି ମିଶ୍ର, ସହସଂଯୋଜକ ଶେଖ୍ ଅମଜାଦ୍ ଅଲ୍ଲି ଏବଂ ସହସଂଯୋଜିକା ଅନୁରାଧା ବିଧାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ପ୍ରିୟବ୍ରତ ମହାନ୍ତି, ଡ. ପୂର୍ଣ୍ଣଚନ୍ଦ୍ର ବୈଶାଖ, ଡ. ପ୍ରଣବ ମହାନ୍ତି, ଡ. ମଂଜୁ ପଟ୍ଟନାୟକ  ପ୍ରମୁଖଙ୍କ ସମେତ ସସ୍ମିତା ପଣ୍ଡା, ସରୋଜ ପାଲଟାସିଂହ, ବାଦଲ ବେହେରା, ଅଶ୍ୱିନୀ କୁମାର ଦାଶ, ବିଷ୍ଣୁ ପ୍ରସାଦ ଡେଙ୍ଗ, ମାନସ ରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like