-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2021
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନ।ଥ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ସ୍ୱାଧୀନତା ପରବର୍ତୀ ଓଡ଼ିଆ କବିତା ର ସ୍ୱର ଓ ସ୍ୱରୂପ ଶୀର୍ଷକ ପାଠ୍ୟଚକ୍ର ସୋମବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କଲେଜ ଅଧ୍ୟକ୍ଷ ଗଦାଧର ପଧାନ ଙ୍କ ଅଧ୍ୟକ୍ଷତାରେ ଆଲୋଚକ ଭାବେ କର୍ଲାପଡା କଲେଜ ଓଡ଼ିଆ ଅଧ୍ୟାପକ ମୋହନ ପୁଟେଲ,ଜେକେ କଲେଜ ପ୍ରାଧ୍ୟାପକ ଡକ୍ଟର ଦାଶରଥି ଆଚାର୍ଯ୍ୟ ,ତୁଲାପଡା କଲେଜ ଅଧ୍ୟାପକ ଉମେଶ ସ୍ୱାଇଁପ୍ରମୁଖ ଯୋଗ ଦେଇ ଆଧୁନିକ ଓଡ଼ିଆ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ଛାତ୍ର ଛାତ୍ରୀ ସହଯୋଗୀତରେ ଓ ସହଭାଗିତାରେ ଅଲୋଚନ।ଚକ୍ର ଟି ଅନୁଷ୍ଠିତ ହୋଇଥିଲ।
ଗତ ଦୁଇ ହଜାର ମସିହାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ବିଭାଗରେ ଟପର ହୋଇଥିବା ଏହି କଲେଜ ପ୍ରାକ୍ତନ ଛାତ୍ରୀ ତୃପ୍ତିମଇ ସାହୁ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସଂମାନିତ କରାଯାଇଥିଲା।କାର୍ଯ୍ୟ କ୍ରମ ରେ ଅଧ୍ୟାପକ ହିରୋଜ କୁମାର ଚାନ୍ଦ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଘନଶ୍ୟାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।