-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2021
ବଲାଙ୍ଗିର // ଆଜି ବଲାଙ୍ଗୀର ଜିଲ୍ଲା ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ,ଆପ୍ ଓଡିଶା ମୁଖପାତ୍ର ତଥା ରାଷ୍ଟ୍ରୀୟ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଓ ଜିଲ୍ଲା ସମ୍ପାଦକ ଶଙ୍କର୍ଷଣ ମହାପାତ୍ର ନେତୃତ୍ୱରେ ସୋସିଆଲ ମିଡିଆ ଇନ୍ଚାର୍ଜ ଅଶୋକ ସୁନା ଏବଂ ଯୁଧିଷ୍ଟିର ଛତ୍ରୀଆ ଙ୍କ ଉପସ୍ଥିତ ରେ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ତରଫରୁ ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠି ( DLO) ଙ୍କୁ ଏକ ଦାବି ପତ୍ର ଦିଆଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ବଲାଙ୍ଗୀର ଜିଲ୍ଲା ର କୋଣ ଅନୁକୋଣ ରୁ ଯାଉଥିବା ଦାଦନ ଶ୍ରମିକ ଙ୍କ ସୁଖ ଦୁଃଖ ବିଷୟ ରେ ଆଲୋଚନା କରିବା ସହ ଲୋକ ଙ୍କ ଅନେକ୍ ସମସ୍ୟା ଉପରେ ଆଲୋକପାତ କରିବା । ଅନେକ ଦାଦନ ଶ୍ରମିକ ସନ୍ୟାୟ ପାଇଁ ପାଇ ପାରୁନାହାନ୍ତି ଏବଂ ରାଜ୍ୟରେସ ଦାଦନ ସମସ୍ୟା ବଢିଚାଲିଛି । ଦାଦନ ଯାଉଥିବା ନିରୀହ ମାନଙ୍କୁ ଠିକାଦାର ମାନେ ବାହାର ରାଜ୍ୟରେ ପିଟାମରା କରୁଛନ୍ତି ତ କେତେବେଳେ ନାରୀ ମାନଙ୍କ ଙ୍କୁ ନିର୍ଯାତନା ଦେବା ସହ ଧର୍ଷଣ ମଧ୍ୟ କରୁଥିବା ବେଳେ ବେଳେ ଶୁଣିବାକୁ ମିଳେ।ଏବଂ ହତ୍ୟା କରିଦେବାର ଧମକ୍ ମଧ୍ୟ ଲେବର ଶ୍ରେଣି ର ଲୋକ ମାନଙ୍କୁ ଦିଆଯାଏ ।ତାପରେ ମଧ୍ଯ ଆହୁରି ଗୋଟେ ବଡ ସମସ୍ୟା ହେଉଛି ଲେବର କାର୍ଡ ପାଇବା ପାଇଁ ଲୋକଙ୍କୁ ଭାରି କଷ୍ଟ ହେଉଅଛି ।ଲେବର କାର୍ଡ ପାଇବାର ଯୋଗ୍ୟ ହିତାଧିକାରୀ ମାନେ ଦଲାଲ ର ଶିକାର ହେଉଛନ୍ତି ଏବଂ ଲେବର କାର୍ଡ ପାଇବାରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଯାହା ଫଳରେ ଲେବର କାର୍ଡ ପାଇବା ଯୋଗ୍ୟ ହିତାଧିକାରୀ ଲେବର କାର୍ଡ ପାଇବାରୁ ବଞ୍ଚିତ ରହୁଛନ୍ତି।ତେଣୁ ବଲାଙ୍ଗିର ଆମ୍ ଆଦମୀ ପାର୍ଟି ଦାବି କରୁଛି ଏହି ସବୁ ସମସ୍ୟା ଉପରେ ତୁରନ୍ତ ଗୁରୁତ୍ଵ ଦିଆଯାଉ ଏବଂ ଉଚିତ୍ ପଦକ୍ଷେପ୍ ନିଆ ଯାଉ ବୋଲି ଶ୍ରି ପାଣ୍ଡେ କହିଥିଲେ ଶ୍ରମ ଅଧିକାରୀ ସୁକାନ୍ତ ସେଠି ଙ୍କୁ ଜଣାଇଥିଲେ।ଏହିସବୁ ସମସ୍ୟା ଉପରେ ଗୁରୁତ୍ଵ ଦିଆଯିବା ସହ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଶ୍ରମ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।