-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2021
ବିନିକା(ହିମାଂଶୁ ଶେଖର ପୁଟେଲ)// କ୍ରୀଡାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୁବ କ୍ରୀଡ଼ା ବିଭାଗ ତରଫରୁ ବିନିକାର ପର୍ଯ୍ୟଟନ ସ୍ଥଳୀ ନିକଟ ମିନି ଷ୍ଟାଡିୟମ ପରିସରରେ ୬କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ବହୁମୁଖି ଇଣ୍ଡୋର ଷ୍ଟାଡିୟମ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଯୋଜନା ସମନ୍ମୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପୁରୋହିତ ସର୍ବେଶ୍ଵର ଙ୍କ ପୂଜାର୍ଚ୍ଚନା ପରେ ମନ୍ତ୍ରୀ ଶ୍ରୀ ବେହେରା ନଡ଼ିଆ ଭାଙ୍ଗି ଏହାର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ,ଜିଲ୍ଲା ସ୍ପୋର୍ଟସ ଅଫିସର ଡ଼ଃ ଇପଶିତା ପ୍ରିୟଦର୍ଶିନୀ ମିଶ୍ର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ଛକ ନିକଟରେ
ମନ୍ତ୍ରୀଙ୍କୁ ସ୍ଵାଗତ କରି କ୍ରୀଡାବିତ ଓ ବିଜେଡ଼ି ଦଳର ନେତୃବୃନ୍ଦ ଭିତ୍ତିପ୍ରସ୍ତର ସ୍ଥାନକୁ ପାଛୋଟି ଆଣିଥିଲେ । କାର୍ଯ୍ୟକ୍ରମରେ ବିନିକା ନଗର ସଭାପତି ସୋମନାଥ ମିଶ୍ର,ବ୍ଳକ ସଭାପତି ଦ୍ବାରିକାନାଥ ସାହୁ, ବିଜେଡ଼ି ନେତା ରଞ୍ଜନ ମିଶ୍ର,ଭୀମସେନ ସାହୁ,କୃଷ୍ଣ ଚନ୍ଦ୍ର ପଣ୍ଡା,ଧର୍ମରାଜ ପଣ୍ଡା,ଧର୍ମେନ୍ଦ୍ର ଥନାପତି,ପୀତବାସ ମେହେର,ହାଡୁ ମେହେର,ଟଙ୍କଧର ମେଲ୍ଲି,ଦୀନବନ୍ଧୁ ମେହେର,ରବୀନ୍ଦ୍ର ସେଠୀ,ବିନୋଦ ବିହାରୀ ନାଏକ,ହୃଷୀକେଶ ପଣ୍ଡା,ମହେନ୍ଦ୍ର ସୁନା,ସୁଶାନ୍ତ
ପଣ୍ଡା,ଆଇନଜୀବୀ ସୁଧାଂଶୁ ଶେଖର ଦାଶ,ଜୟନାରାୟଣ ପ୍ରଧାନ ରଘୁନାଥ କୁମ୍ଭାର,ମହିଳା କାଉନସିଲର ଗୁରୁବାରି ସେଠ,ସ୍ପୋର୍ଟସ କ୍ଲବ ସହ ସମ୍ପାଦକ ବାଦଲ ମହାଳୀଙ୍ଗ,ବ୍ୟାଡିମେଣ୍ଟନ କ୍ଲବର ସୁନୀଲ ମେହେର ପ୍ରମୁଖଙ୍କ ସମେତ ଖେଳାଳି,ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ ସେଳେଡି ସରପଞ୍ଚ ଭାରତ ଗାଇଗରିଆଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହିତାଧିକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ଘରଡିହ ପଟ୍ଟା ବଣ୍ଟନ କରିଥିଲେ ।