-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
28-Dec-2021
ବଲାଙ୍ଗିର (ପ୍ରେରଣା ଖବର) // ବଲାଙ୍ଗିର ଜିଲ୍ଲାର ପ୍ରାଥମିକ ଶିକ୍ଷକମାନେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ଏବଂ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ୱାନ କ୍ରମେ ପୁରୁଣା ପେନସନ ସ୍କିମ୍ ଲାଗୁ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦେବଦତ୍ତ ମେହେର, ସଂପାଦକ ହରେକୃଷ୍ଣ ରଥ, ରାଜ ଉପସଭାପତି ଶାନ୍ତିଲତା ସାହୁ, ଜାତୀୟ ପରିଷଦ ସଦସ୍ୟା ସବିତା ମହରା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ଜୟନ୍ତୀଲାଲ ସାହୁ, ସମସ୍ତ ବ୍ଲକର ଶିକ୍ଷକବୃନ୍ଦ, କନିଷ୍ଠ ଶିକ୍ଷକ ସଂଘ ନେତା ଯୋଗଦାନ କରି ପାଞ୍ଚ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସର୍ବ ଭାରତୀୟ ସ୍ତରରେ ଆନ୍ଦୋଳନକୁ ୨୦୨୧ରୁ ଆରମ୍ଭ କରି ଦାବୀଗୁଡିକର ପୁରଣ ପାଇଁ ଆନ୍ଦୋଳନକୁ ବ୍ୟାପକ କରାଯିବାକୁ ଏ.ଆଇ.ପି.ଟି.ଏଫ୍ ଆହ୍ୱାନ ଦେଇଛି । ପୁରୁଣା ପେନସନ ଲାଗୁ, ନିୟମିତ ଶିକ୍ଷକ ନିଯୁକ୍ତି, କେନ୍ଦ୍ରୀୟ ହାରରେ ପ୍ରାଥମିକ ଶିକ୍ଷକଙ୍କୁ ଦରମା, ନୂତନ ଶିକ୍ଷା ପଦ୍ଧତି ୨୦୨୦ ରେ ଥିବା ଶିକ୍ଷକ ମାରଣ ନୀତିକୁ ଉଚ୍ଛେଦ ଏବଂ ସବୁ ପିଲାଙ୍କୁ ଟୀକାକରଣ କରି ସ୍କୁଲ ଖୋଲିବା ସମ୍ବନ୍ଧରେ ଦାବୀ କରାଯାଇଥିଲା । ଶେଷରେ ସଂଗଠନର ଗଣ ମାଧ୍ୟମ ସଂଯୋଜକ ବନମାଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।