-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
27-Dec-2021
ଭୁବନେଶ୍ୱର ପ୍ରେସ କ୍ଲବ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଷ ମଧ୍ୟରେ ନୂଆ ଓଡ଼ିଆ ଚଳଚ୍ଚିତ୍ର" ଆଖି ବୁଜିଦେଲେ ତୁ" ର ଅଡିଓ ରିଲିଜ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ. ଓଡ଼ିଶା ରାଜ୍ୟ ହାଉସି ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ସଂଗୀତ କୁ ଲୋକାର୍ପଣ କରିଥିଲେ। ସଂଗୀତ ନିର୍ଦେଶନା ଅଭିଜିତ ମଜମୁଦାର ଦେଇଥିବାବେଳେ ସ୍ ଗୀତିକାର ଭାବେ ନିର୍ମଳ ନାୟକ ଅଛନ୍ତି l କଣ୍ଠଦାନ କରିଛନ୍ତି ଶିଳ୍ପୀ ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତୀ, ଶଶାଙ୍କ ଶେଖର, ତିଳକ ଚକ୍ରବର୍ତ୍ତୀ ଏବଂ ଅଞ୍ଜଳି ମିଶ୍ର l ନିରଞ୍ଜନ କର କାହାଣୀ ଲେଖିଥିବାବେଳେ ସହ ପ୍ରଯୋଜକ ମଧ୍ୟ ଅଛନ୍ତି l ନିର୍ଦେଶନା ଦେଇଛନ୍ତି ମୁରଲୀଧର l ଅନ୍ୟତମ ପ୍ରଯୋଜକ ଭାବେ ଅଛନ୍ତି ସାମାଜିକ କର୍ମୀ ନୃସିଂହନାଥ ନନ୍ଦ l ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ପ୍ରଯୋଜନା କରୁଛନ୍ତି ଅଭିନେତା ପୁପିନ୍ଦର l ଅନ୍ୟ ମାନଙ୍କ ମଧ୍ୟରେ ସ୍ୱର୍ଗତଃ ରବି ମିଶ୍ର, ଦୀପିକା, ଜ୍ୟୋତିର୍ମୟୀ, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ସମରେଶ ରାଉତରାୟ, ଜୀବନ ପଣ୍ଡା, ଗୁଡୁ, ସୁମନ, ନଳିନୀ ଏବଂ ନିରଞ୍ଜନ ଅଭିନୟ କରିଥିବା ନେଇ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି l