-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
27-Dec-2021
ବିଜେପୁର :- ବିଜେପୁର ସର୍କଲର ଗଣ୍ଠିଆପାଲି, ସାହାଜବାହାଲ, କନ୍ଦୁମୁଣ୍ଡା, ବରକାନୀ, ପୁଟୁକା, ସାଇପାଲି, ଖୁଣ୍ଟପାଲି ଗାଁମାନଙ୍କର ଜାତିଭାଇଭଉଣୀଙ୍କୁ ନେଇ ଷଷ୍ଠ ଜୋନାଲ ବୈଠକ ବରକାନୀ ଗ୍ରାମର ସ୍ବର୍ଗତ ଗୟଳ ନାଏକ ଦାନ ଦେଇଥିବା ଜମିରେ ନିର୍ମାଣାଧୀନ ବୈଠକ ଘର ପରିସରରେ ଅନୁଷ୍ଠିତ ହେଲା। ଜିଲ୍ଲା ସଭାପତି ଭୀଷ୍ମଦେବ ପଟେଲଙ୍କ ସହିତ ବରଗଡ଼ ଜିଲ୍ଲାଧୀନ ବିଭିନ୍ନ ଅଞ୍ଚଳର ସକ୍ରିୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେକୋଶଳିଆ ମାଳୀ ସମାଜର ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା, ସାମାଜିକ ଜୀବନରେ ପୁଅଝିଅଙ୍କ ଉଚ୍ଚଶିକ୍ଷା ବିଶେଷ କରି ନାରୀ ଶିକ୍ଷାକୁ ଅଗ୍ରାଧିକାର ଦେବା ଉପରେ ଆଲୋଚନା ହୋଇଥିଲା। ଗ୍ରାମ୍ଯ କମିଟୀର ସଫଳତା ଉପରେ ସର୍କଲ, ଜିଲ୍ଲା ଓ ରାଜ୍ଯ ସଂଗଠନର ଭବିଷ୍ୟତ ନିର୍ଭରଶୀଳ; ଏହି ବିଷୟ ଉପରେ ଅତିଥିଗଣ ନିଜ ନିଜର ବହୁମୂଲ୍ୟ ବକ୍ତବ୍ଯ ପ୍ରଦାନ କରିଥିଲେ। ଓଡ଼ିଶା କୋଶଳିଆ ମାଳୀ ସମାଜର ପ୍ରତିଷ୍ଠାତା ସଭାପତି ତଥା ଅବସର ପ୍ରାପ୍ତ ସ୍ବନାମଧନ୍ଯ ଶିକ୍ଷକ ଶ୍ରୀଯୁକ୍ତ ଶେଷଦେବ ପଟେଲ ଏବଂ ଜମିଦାତାଙ୍କ ସୁପୁତ୍ର ଲାଲୁ ନାଏକଙ୍କୁ ସ୍ବତନ୍ତ୍ର ଭାବରେ ସମ୍ମାନିତ କରାଗଲା।ସର୍ବଶ୍ରୀ ଅକ୍ଷୟ କୁମାର ପଟେଲ, ଚନ୍ଦ୍ରମଣି ପାଣ୍ଡେ, କବି ପଟେଲ, କହ୍ନେଇ ପଟେଲ, ଜୟ ପଟେଲ, ଭରତ ପଟେଲ,
ତହସିଲ ନାଏକ, ସୁନ୍ଦରମଣି ପଟେଲ, ଭୋଜରାଜ ପଟେଲ ଓ ଲାଲ ପଟେଲଙ୍କୁ ନେଇ ଜୋନାଲ କମିଟୀ ଗଠନ କରାଗଲା। ଶ୍ରୀମତୀ ରଏବାରୀ, ସୁଭଦ୍ରା, କାନ୍ତି, ଅଜ, ଶୁକୁନ୍, ତପସ୍ବିନୀ ଓ ପାତଳଙ୍କୁ ମହିଳା ମଣ୍ଡଳୀର ସଦସ୍ଯା ଭାବରେ ମନୋନୀତ କରାଗଲା।ବିଜେପୁର ସର୍କଲ ସଭାପତି ଶ୍ରୀଯୁକ୍ତ ମକ୍ତା ପଟେଲଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକ ପରିଚାଳନା କରିଥିଲେ ବିଶିଷ୍ଟ ସାମାଜିକ କର୍ମୀ ସୁଶାନ୍ତ ପଟେଲ l ବିଶ୍ଵାମିତ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l