-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
27-Dec-2021
ବଲାଙ୍ଗିର,(ପ୍ରେରଣା ଖବର)ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଓ ର୍ବତ୍ତମାନ ଛାତ୍ରଙ୍କ ମିଳିତ ଆନୁକୁଲ୍ୟରେ ଆଜି କୋଚ୍ ଶିବପ୍ରସାଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମିଫାଇନାଲ ୟୁଥ କ୍ଳବ ବନାମ ଜରାସିଂହା ଖେଳ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଡ୍ର ରହିଥିଲା । ଟ୍ରାଇବ୍ରେକରରେ ୟୁଥ କ୍ଳବ ୪-୨ ଗୋଲରେ ଜରାସିଂହା କୁ ହରାଇ ଫାଇନାଲକୁ ଉନ୍ନତି ହୋଇଛି । ଅତିଥିଭାବେ ବଲାଙ୍ଗିର କରାଟେ ସ୍କୁଲ ସଭାପତି ସଚିନ ବାଗ ଏବଂ ବ୍ୟବସାୟୀ ଜିସାଇଲ ପାଲ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ରେଫରୀ ଭାବରେ ଦେବାଶିଷ ବାଗ, ସୁଶାନ୍ତ ନାଗ, ସଂଜିବ ମହାରଣା ଓ ଅବଦୁଲ ମୁଜିବ ପରିଚାଲନା କରିଥିଲେ । ଜିଳ୍ଲା ଫୁଟବଲ ସମ୍ପାଦକ ହେମନ୍ତ କୁମାର ବେହେରା, ପୁର୍ବତନ ଖେଳାଳୀ ନିସାରକାନ୍ତ ନାଗ ଓ ଅନୁପ ସାଏ ମଂଚାସିନ ଥିଲେ । ଫୁଟବଲ କୋଚ ପରାସର ବାଗ, ସଭାପତି ନାରାୟଣ ବିଶ୍ୱାଳ, ସମ୍ପାଦକ ଅଭିମନ୍ୟୁ ପାଣ୍ଡେ, ସୁକଦେବ ସାହୁ, ସୁର୍ଯ୍ୟମଣି ସୁନା, ଚିତ୍ତର ରଂଜନ ବିଶ୍ୱାଲ, ମନୋରଂଜନ ବିଶ୍ୱାଲ, ତସା ନାଗ, କହ୍ନେଇ ଗଡତ୍ୟା, ନିଲାଞ୍ଚଳ ପ୍ରଧାନ, ରାମଚନ୍ଦ୍ର ବିଶ୍ୱାଲ, ମିଥୁନ ଭୁକ୍ତା, ଦନାର୍ଦନ ପାଣ୍ଡେ, ପ୍ରସାନ୍ତ ପ୍ରଧାନ, ହେମସାଗର ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ମଙ୍ଗଳବାର ଦିନ ସ୍ପୋଟ୍ସ ହଷ୍ଟେଲ ବନାମ ନକ୍ଟାସର ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।