-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
27-Dec-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ବାରିଗାଁ ଠାରେ ଚାଲିଥିବା ଜଗଦାନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଏଥିରେ ହିଙ୍ଗମା ଦଲକୁ ହରାଇ ସର୍ଗନାମୁଡା ଚାମ୍ପିଅନ ହୋଇଛି । ପ୍ରଥମ ସେମିରେ ଡିଡିମାଲକୁ ହରାଇ ହିଙ୍ଗମା ଦଳ ଏବଂ ଦ୍ୱିତୀୟ ସେମିରେ ଧୁଲଧୁଲାକୁ ହରାଇ ସର୍ଗନାମୁଡା ଦଲ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ସର୍ଗନାମୁଡା ଦଳ ଟସ ଜିଣି ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୩ ଉଇକେଟ ହରାଇ ୧୦୦ ରନ କରିଥିଲା । ଏହାର ଜବାବରେ ହିଙଯଗମା ଦଳ ନିର୍ଦ୍ଧାରିତ ଓଭରରେ ୭ ଉଇଟେ ହରାଇ ୯୮ ରନ ସଂଗ୍ରହ କରି ପରାଜୟ ହୋଇଥିଲା । ଖେଲକୁ ପ୍ରୀତମ ମିଶ୍ର, ଉଦିତ ନାରାୟଣ ମିଶ୍ର, ମନଗୋବିନ୍ଦ ଆଚାର୍ଯ୍ୟ, ଆଲୋକ ମିଶ୍ର ପରିଚାଲନା କରିଥିବା ବେଳେ ମଧୂସୁଦନ ମିଶ୍ର ସ୍କୋରର ଦାଇତ୍ୱ ତୁଲାଇଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବିଜେତା ସର୍ଗନାମୁଡା ଏବଂ ଉପବିଜେତା ହିଙଯଗମାକୁ ଟ୍ରଫୀସହ ପୁରସ୍କାର ପ୍ରଦାନ କରାଯାଇଥିଲା ।