-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
27-Dec-2021
ପୁରୀ// ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସଂପର୍କିତ ପୁନଃବାସ ଓ ପୁନଃଥଇଥାନ ପାଇଁ ପ୍ରସ୍ତୁତ ଚିଠା ଉପରେ ସମଙ୍ଗ, ମାଟିତୋଟା, ମାର୍କଣ୍ତେଶ୍ବର ସାହି-୧ ମୌଜା ନିମନ୍ତେ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଉପ ଜିଲ୍ଲାପାଳ ତଥା ପ୍ରଶାସକ ଶ୍ରୀ ଭବତାରଣ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ପୁନର୍ବାସ ଓ ଥଇଥାନ ଯୋଜନା ପାଇଁ ପ୍ରସ୍ତୁତ ଚିଠା ଜମି ପ୍ରଦାନରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଉକ୍ତ ପ୍ରକଳ୍ପ ନିମନ୍ତେ ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ । ସଂପୃକ୍ତ ଜମିର କୃଷି ଶ୍ରମିକ ମାନଙ୍କ ନିମନ୍ତେ ଦୈନିକ ୩୧୫ ଟଙ୍କା ହିସାବରେ ଦୁଇ ଶହ ଦିନ ପାଇଁ ୬୩ ହଜାର ଟଙ୍କା, କ୍ଷୁଦ୍ର ଦୋକାନୀ, କାରିଗର ଓ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ ୨୫ ହଜାର ପ୍ରଦାନର ବ୍ୟବସ୍ଥା ରହିଛି । ସେହିଭଳି ସରକାରୀ, ଶ୍ରୀ ଜଗନ୍ନାଥଙ୍କ ଜମି ଓ ମଠ ଯାଗାରେ ବେଆଇନ ଭାବେ
ଘରକରି ବାସନକରୁଥିବା ବାସିନ୍ଦା ମାନଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ ହିସାବରେ ସଂପୃକ୍ତ ଗୃହର ମୂଲ୍ୟ, ଘର ନିର୍ମାଣ ସହାୟତା ଭାବେ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ୭୩ ହଜାର ଓ ସ୍ଥାନାନ୍ତର ଭତ୍ତା ଭାବେ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ଉକ୍ତ ଚିଠାରେ ଉଲ୍ଲେଖ ରହିଛି । ଜନଶୁଣାଣିରେ ସଂପୃକ୍ତ ବ୍ୟକ୍ତିବିଶେଷ ଉକ୍ତ ସହାୟତା ନେଇ ସେମାନଙ୍କ ମତାମତ ପ୍ରଦାନ କରିବା ସହ ଖୁସିବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଭୂ-ଅର୍ଜନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ଓଡିଶା ସେତୁ ନିର୍ମାଣ ନିଗମ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁନ୍ଦର ମାଧବ ପାଢୀ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁଖଦେବ ସାହୁ ସଂପୃକ୍ତ ଅଞ୍ଚଳର ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।