-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
ପଦ୍ମପୁର:-ବରଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡସ୍ ଏବଂ ଓଡ଼ିଶା ସରକାରଙ୍କ "ଓଡ଼ିଶା ମୋ ପରିବାର , ଜୀବନ ବିନ୍ଦୁ" ର ମିଳିତ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା , ପାଇକମାଳ ବ୍ଲକ ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ପାଇକମାଳ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ର ସଦସ୍ୟ ମାନଙ୍କ ନେତୃତ୍ୱ ରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମୋ ପରିବାର ର ବରଗଡ଼ ଜିଲ୍ଲା ସଂଯୋଜକ ଶ୍ରୀମାନ ଗୌରହରି ମିଶ୍ର ଯୋଗଦାନ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ , ସମ୍ମାନିତ ଅତିଥି ଭାବରେ ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାବ ମହମ୍ମଦ , ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ , ପାଇକମାଳ ବିଡ଼ିଓ ସୁଶ୍ରୀ ଉପାଞ୍ଜଳୀ ମାଝୀ , ବରଗଡ଼ ଜିଲ୍ଲା ସ୍କାଉଟ୍ ଓ ଗାଇଡ ମୁଖ୍ୟ ଆଶୁତୋଷ ଦେ , ପାଇକମାଳ ସରପଞ୍ଚ ଧବଳେଶ୍ଵର ସାହୁ , ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ଓ ବିଜୁ ଜନତା ଦଳ
ପାଇକମାଳ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ, ବରଗଡ଼ ବିଜୁ ଛାତ୍ର ଜନତା ଦଳ ର ସାଧାରଣ ସମ୍ପାଦକ ଦେବାନନ୍ଦ ମେହେର, ପାଇକମାଳ ବିଜୁ ଛାତ୍ର ଜନତା ଦଳ ର ସଭାପତି ରବିନାରାୟଣ ସାହୁ, ବରପାଲି ବିଜୁ ଯୁବ ଜନତା ଦଳ ର ଡିଜିଟାଲ ସେକ୍ରେଟାରୀ ସୁଜିତ ଗଡତିଆ, ବରଗଡ ଜିଲ୍ଲା ର ବିଶିଷ୍ଟ ସମାଜସେବୀ ଦିବାକର ମାଝି ପ୍ରମୁଖ ଯୋଗଦାନ ଦେଇଥିଲେ । ରକ୍ତଦାନ ଶିବିରରେ ସର୍ବମୋଟ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଛି ବୋଲି ପାଇକମାଳ ବ୍ଳକ ବିଜୁ ଯୁବ ଜନତା ଦଳ ର ଡିଜିଟାଲ ସେକ୍ରେଟାରୀ କାହ୍ନା ସରାଫ ଙ୍କ ଠାରୁ ପ୍ରକାଶ