-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
23-Dec-2021
ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ବିଜୟ ଦାସ ଙ୍କର ବୁଧବାର ତାଙ୍କର ଗାଇସିଲେଟ ବ୍ଲକ କଠଉମାଲ ପଞ୍ଚାୟତ ତୁର୍ଚ୍ଚା ଗ୍ରାମରେ ୭୩ ବର୍ଷ ବୟସରେ ନିଧନ ହୋଇ ଯାଇଛି । ତାଙ୍କର ମୃତ୍ୟୁ ର ଖବର ଜାଣିବା ପରେ ଉପଖଣ୍ଡ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ବରଗଡ଼ ଜିଲ୍ଲାର ର ସମସ୍ତ ସାମ୍ବାଦିକ ଶ୍ରୀ ଦାସ ଙ୍କର ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଗୁରୁବାର ପାଇକମାଲ ଧର୍ମଶାଳା ଠାରେ ବରିଷ୍ଠ ସାମ୍ବାଦିକ ବଡ଼ ଶତପଥି ଙ୍କ ଅଧ୍ୟକ୍ଷତାରେ ଏକ ନିରାଡ଼ମ୍ବର ଶୋକ ସଭାର
ଆୟୋଜନ କରାଯାଇ ଶ୍ରୀ ଦାସ ଙ୍କର ଫୋଟୋ ରେ ମାଲ୍ୟାର୍ପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏ ଅବସରରେ ସାମ୍ବାଦିକ ସୁରଥ ସାହୁ , ଗୌରାଙ୍ଗ ଦାସ , ବିଦ୍ୟାଧର ସାହୁ , ସୁମନ୍ତ ସାହୁ , ମାନସ ନାୟକ , ଧୀରେନ ମହାନ୍ତି , ନିରୋଜ ପାଣି, ପାଇକମାଳ ହକର ରୋଶନ ରାହୁଳ, ଉମାକାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।