-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
22-Dec-2021
ବଲାଙ୍ଗିର (ପ୍ରେରଣା ଖବର) :: ଗତ ୧୭.୧୮.୧୯ ତିନି ଦିନ ଧରି ସମ୍ବଲପୁର ବିଶ୍ୱଵିଦ୍ୟାଳୟରେ ଏନ.ଏସ.ଏସ ତରଫରୁ ନେତୃତ୍ୱ ତାଳିମ ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଡିଗ୍ରୀ ମହାବିଦ୍ୟାଳୟ, କୁଶଙ୍ଗ ତରଫରୁ ସୁରଜ ପ୍ରତାପ ସିଂ ଦେଓ, ରଞ୍ଜନ ସାହୁ, ଅକ୍ଷୟ ସାହୁ, ଚିନ୍ତାମଣି ଦାଶ, ଜାଗୃତି ଗଡ଼ତ୍ୟା, ରୋଜି ସାହୁ, ହରିପ୍ରିୟା ନାଏକ, ଅନିତା ବିଶ୍ୱାଳ ପ୍ରଭୃତି ଆଠ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ସେମାନେ ଵିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବାରୁ ଫେରିଲା ପରେ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଅଧ୍ୟକ୍ଷ ବିଜୟ କୁମାର କଲେଟ, ଡ. ଅଜିତ ଭୋଇ, ଡ. ଲକ୍ଷ୍ମଣ ମେହେର, ଅଧ୍ୟାପିକା ବିଜ୍ଞଶ୍ରୀ ଗୁରୁ, ଅଧ୍ୟାପିକା ବାରିଧି ତ୍ରିପାଠୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ l ୮ଜଣ ଯାକ ଛାତ୍ରଛାତ୍ରୀଙ୍କୁ ଫୁଲତୋଡ଼ା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ କଲେଜର ଶେଷ ବର୍ଷର ଛାତ୍ର ଶିବାଶିଷ ମିଶ୍ର ପରିଚାଳନା କରିଥିଲେ l