-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
22-Dec-2021
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ଶ୍ରୀମାନ ବିଜୟ ଦାଶଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଛି । ତାଙ୍କୁ ୭୩ ବର୍ଷ ହେଉଥିଲା । ଗାଇସିଲେଟ ବ୍ଳକ ଠାରୁ ପ୍ରାୟ ୧୦ କିଲୋମିଟର ଦୂର ଟୁରଚା ଗ୍ରାମରେ ଜନ୍ମିତ ସ୍ବର୍ଗତ ଦାଶ ଜଣେ ମିଷ୍ଟଭାଷୀ,ସରଳ ବିଶ୍ୱାସୀ, ପରୋପକାରୀ ତଥା ନିର୍ଭୀକ ସାମ୍ବାଦିକ ଥିଲେ । ବରଗଡରୁ ପ୍ରକାଶିତ ବହୁ ପୁରାତନ ସାପ୍ତାହିକ ସମ୍ବାଦପତ୍ର ଗଣ ଇସ୍ତାହାରରେ ସାମ୍ବାଦିକତାକୁ ନିଶା ଭାବେ ଆପଣେଇ ବହୁ ଅସହାୟଙ୍କ ଅନେକ ସମସ୍ୟାର ସମାଧାନ ପ୍ରଶାସନଙ୍କ ନଜରକୁ ଆଣି ଲୋକଙ୍କ ସମସ୍ୟାର ସମାଧାନ କରିଛନ୍ତି । ଏଭଳି ମହାନ ବ୍ୟକ୍ତିତ୍ଵଙ୍କ ଅକାଳ ମୃତ୍ୟୁର ଖବର ପାଇ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ମାନଙ୍କ ମହଲରେ ଶୋକ ଖେଳି ଯାଇଛି । ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସ୍ବର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।