-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2021
ପଦ୍ମପୁର:-ଅଳ୍ପ କେଇମାସ ମଧ୍ଯରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି। ଏହାକୁ ଦୃଷ୍ଟି ଦେଇ ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତିର ଅନ୍ତିମ ବୈଠକ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ଯକ୍ଷା ମାନିନୀ ଭୋଇଙ୍କ ଅଧ୍ଯକ୍ଷତାରେ ବିଧାୟିକା ରୀତା ସାହୁ, ବିଡିଓ ତୃପ୍ତି ବରେଇ, ଜିଲ୍ଲା ପରିଷଦ ସଦସ୍ଯା ସବିତା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ମହାମାରୀ କୋଭିଡ-୧୯ ସଂପୂର୍ଣ୍ଣ ଭାବେ ହଟି ଯାଇ ନାହିଁ । ତେଣୁ ଏହାର ଭୟାବହତା ତଥା ନିରାକରଣ ଦିଗରେ ବିଶଦ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ଯ ସଚେତନତା ଉପରେ ଗାଁ କଲ୍ୟାଣ ସମିତି ଉପରେ ଆଲୋଚନା ହୋଇଥିଲା। ଜନପ୍ରତିନିଧିଙ୍କ ଭୂମିକା ସଂପର୍କରେ ମଧ୍ଯ ସରପଞ୍ଚ, ସମିତି ସଦସ୍ଯଗଣ ନିଜ ମତ ରଖିଥିଲେ । ପରେ ବିଦ୍ୟୁତ, ଶିକ୍ଷା, ପଶୁ ସମ୍ପଦ, କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବରଗଡ଼ ଜିଲ୍ଲାରେ ବିଜେପୁର ବ୍ଲକ ୧୨ନଂରେ ରହିଥିବାରୁ ଜନପ୍ରତିନିଧିଗଣ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାର ଉନ୍ନତି ଦିଗରେ ଆଗାମୀ ଦିନରେ ବିଶେଷ ଧ୍ଯାନ ଦେବାକୁ ସମିତି ସଦସ୍ଯଗଣ ଗୁରୁତ୍ବାରୋପ କରିଥିଲେ । ତେବେ ଦିନ ମଜୁରିଆଙ୍କ ପାଇଁ ଉଦ୍ଦିଷ୍ଟ ଏହି କେନ୍ଦ୍ରୀୟ ଯୋଜନା ଆଗାମୀ ଦିନରେ ଏଠି କିପରି ଫଳପ୍ରଦ ହୋଇ ଜିଲ୍ଲାରେ ବ୍ଲକର ସ୍ଥାନ କେତେ ନମ୍ବରରେ ରହୁଛି, ତାହା ସମୟ କହିବ ।