-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
21-Dec-2021
ପାଟଣାଗଡ଼ ( ପୁର୍ଣ୍ଣ ଶଶୀ ଶେଖର ରାଓ): କେନ୍ଦ୍ର ସରକାର ଙ୍କ ପରାମର୍ଶ ଦେଇଛନ୍ତି ଯେ ପ୍ରତ୍ୟେକ ସହର ଓ ଜନଗହଳି ସ୍ଥାନ କୁ ସଫା ରଖିବା। ସେଥିପାଇଁ ସ୍ବଚ୍ଛ ଭାରତ ଅଭିଯାନ କରିଛନ୍ତି ହେଲେ ସ୍ବଚ୍ଛ ଭାରତ ଅଭିଯାନ ର ନଗ୍ନ ଚିତ୍ର ଦେଖାଇବାକୁ ଯାଉଛୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗାଁ ର କଥା। ସରକାରୀ ପ୍ରାଥମିକ ବିଦ୍ୟାଳୟ ସାମ୍ନା ଅଳିଆଗଦାରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳୁଛି। ପାଖରେ ଅଛି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ ଆଉ ଟିକିଏ ଆଗକୁ ଖପ୍ରାଖୋଲ ଥାନା । ଦୁଇ ଶହ ମିଟର ଦୂରତା ରେ ବ୍ଳକ କାର୍ଯ୍ୟାଳୟ । ଏହି ରାସ୍ତା ଖପ୍ରାଖୋଲ ବସ୍ତି କୁ ଯାଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟତ କରୁଛନ୍ତି। ଅନେକ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁଥିଲେ ସୁଦ୍ଧା କେହି ତା'ର ସଫାସୁତୁରା ରଖିବା ପାଇଁ ଚେଷ୍ଟା କରୁନଥିବା ଯୋଗୁଁ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି। ଏହା ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।