-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଜଙ୍ଗଲରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ବ୍ୟବସ୍ଥା କଲେ ସ୍ବେଛାସେବୀ

20-Dec-2021



ପାଟଣାଗଡ଼ ( ପୁର୍ଣ୍ଣ ଶଶୀ ଶେଖର ରାଓ) : ଦୀର୍ଘ ୨୭ ବର୍ଷ ହେବ  ଡାହାଣୀ ସନ୍ଦେହ କରିବାରୁ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଏକ ଜଙ୍ଗଲର କୁଡ଼ିଆ ଘରେ ଦୟନିୟ ଭାବରେ ଏକୁଟିଆ ବସବାସ କରୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । ସେଠାରେ ନିଜକୁ ନିଜ ଘର ଠାରୁ, ନିଜ ଗାଁ ଠାରୁ ନିଜ ଜାତି ସମାଜ ଠାରୁ ଦୂରେଇ ରହି ନିଜ ହିସାବରେ ଦୁର୍ବିସହ କଠୋର ଜୀବନ ଅତିବାହିତ କରୁଥିଲେ । କାହାରି ସାହାରା ନେବାକୁ ସେ ଇଛା କରୁନଥିଲେ । ଯେଉଁଠାରେ

ରହୁଥିଲେ ସେ ଜାଗାକୁ ରାସ୍ତା ନାହିଁ, ପିଇବା ପାଣି ସୁବିଧା ନାହିଁ ଜନସାଧାରଣ ଙ୍କ ଯିବା ଆସିବା ମଧ୍ୟ ହୁଏ ନାହିଁ । ଏ ଯୁଗରେ ମଧ୍ୟ କଠୋର ଜୀବନ କାଟୁଥିଲେ ବୃଦ୍ଧ ମହିଳା। ପରିବାର ସଦସ୍ୟ ମାନେ ନିଜ ଗାଁ ଘରକୁ ଯିବାକୁ ଅନେକ ଥର କହିଥିଲେ ମଧ୍ୟ କାହାରି କଥା ସେ ଶୁଣୁନଥିଲେ ।   ଦୀର୍ଘ ବର୍ଷ ହେବ ସ୍ୱାମୀ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ କୋଡିଏ ବର୍ଷ ତଳେ କୁଆଡେ ଚାଲିଯାଇଛନ୍ତି।  ଆଜି ପର୍ଯ୍ୟନ୍ତ ତାଙ୍କରି କୌଣସି ଖୋଜ ଖବର ନାହିଁ  ଓ ତାଙ୍କ ବହୁ ଏକୁଟିଆ ରହୁଛନ୍ତି । ନାତି ମାନେ ମଧ୍ୟ ଅଲଗା ରହୁଛନ୍ତି । ସରକାରୀ ଯୋଜନା କହିଲେ କେବଳ ଭତ୍ତା ଆକାରେ ୭୦୦ଟଙ୍କା ମିଳୁଛି ଏବଂ ରାସନ ଚାଉଳ ଓ ଆବାସ ଯୋଜନାରେ ବଞ୍ଚିତ । ଏହି ଦୟନୀୟ ଖବର ପାଇ ସେବା ଚେରିଟେବୁଲ ଟ୍ରଷ୍ଟ ବୃଦ୍ଧା ମହିଳାଙ୍କ ପାଖକୁ ଯାଇ ଭଲ ମନ୍ଦ ବୁଝି ପାଟଣାଗଡ଼ ବିଡ଼ିଓ ଙ୍କ ଠାରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଅଭିଯୋଗ କୁ ଭିତ୍ତି କରି ବିଡ଼ିଓ ବି.ଏସ .ଏସ .ଓ ଙ୍କୁ ପଠେଇ ଥିଲେ । ଏବଂ ଉଦ୍ଧାର କରି ବଲାଙ୍ଗୀର ସାଲେପାଲି ଦେଓଗାଁ ସ୍ଥିତ ବୃଦ୍ଧା ଆଶ୍ରମ ରେ ଥଇଥାନ କରିଥିବା ଜଣାପଡିଛି। ଉଦ୍ଧାର ସମୟରେ ସେବା ଚେରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ଓ ବୃଦ୍ଧା ମହିଳା ଓ ତାଙ୍କର ପୁଅବହୁ ଙ୍କୁ ବୁଝାଇ ଥିଲେ କିନ୍ତୁ ବୃଦ୍ଧା ମହିଳା ଜଣକ ଆଶ୍ରମ କୁ ଯିବା ପାଇଁ ମନା କରିଦେଇଥିଲେ । ପରେ ଗାଁ ରେ ଥିବା ନିଜ ପୁଅବୋହୂ ଙ୍କୁ ବୁଝାଇ ନିଜ ପାଖରେ ରଖିବାକୁ ଅନୁରୋଧ କରିଥିଲେ । ବୋହୁ ସେବା ଚେରିଟେବୁଲ ଟ୍ରଷ୍ଟ ର ଅନୁରୋଧ ରଖି ନିଜ ପାଖରେ ରଖିବାକୁ ସ୍ୱୀକାର କରିଥିଲେ । ପରେ ସେଠାରୁ ବୃଦ୍ଧା ମହିଳା ଙ୍କୁ ଉଦ୍ଧାର କରି ଜଙ୍ଗଲ ଘେରା ପରିତ୍ୟକ୍ତ ଅଞ୍ଚଳ ରୁ ରାସ୍ତା ପର୍ଯ୍ୟନ୍ତ ବାହାର କରି ଗାଡ଼ିରେ ବସେଇ ଗାଁ ରେ ଥିବା ବୋହୁ ଘରେ ଛାଡ଼ି ଦେଇ ରକ୍ଷଣା ବେକ୍ଷଣ ଦାୟିତ୍ୱ  ନେବାକୁ କୁ କହିଥିଲେ । ବୃଦ୍ଧା ମହିଳାଙ୍କୁ ନିଜ ପରିବାର ତଥା ଗାଁ ର ଭଦ୍ରବ୍ୟକ୍ତି ବାରମ୍ବାର ମନେଇ ଥିଲେ ସୁଦ୍ଧା ମାନିନଥିଲେ କିନ୍ତୁ ସେବା ଚେରିଟେବୁଲ ଟ୍ରଷ୍ଟ ମନେଇବାରୁ କଥାମାନି ଗାଁ ରେ ରହିବାର ବ୍ୟବସ୍ଥା କରିଥିବାରୁ ଗାଁ ତଥା ଅଞ୍ଚଳ ରେ ଖୁସିର ଲହରୀ ଖେଳିଯାଇଛି ।ଏମିତି

ଘଟଣା ଘଟିଛି ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରା:ପ:ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁ ର । ଆଜିର ଏହି ଉଦ୍ଧାର କାର୍ଯ୍ୟ ସମୟରେ ସେବା ଚେରିଟେବୁଲ ଟ୍ରଷ୍ଟ ର ଉପସଭାପତି ଶ୍ରୀ ଗିରିରାଜ ଭୋଇ, ସଦସ୍ୟା ଏଡ଼ଭୋକେଟ ସେବୀକା ରାଜହଂସ, ଗୀତାଞ୍ଜଳି ବୁଡେକ, ବାସନ୍ତୀ ବିଶ୍ୱାଳ ,ମେଘ ବର୍ଗେ ଓ ପାଟଣାଗଡ଼ ବି ଏସ ଏସ ଓ କମଳ କାନ୍ତ ବାରିକ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like