ପୁଇଁତଳା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ପୁଇଁତଳା ଅଧିନସ୍ଥ ଠେଲକୋମୁଣ୍ଡା ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗ୍ରାମରେ ୨୪ ବର୍ଷହେଲା ମହଲଷ୍ମୀ ପୁରାଣ ନାଟକ କୁ ଗ୍ରାମବାସୀ ପରିବେଷଣ କରି ଆସୁଥିଲେ l ଚଳିତ ବର୍ଷ ଏହି ନାଟକକୁ ୨୪ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ,ଏହି ଅବସରରେ ଆସନ୍ତା କାଲି ଠାରୁ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ ହେବ, ତେଣୁ ଆଜି ପାରମ୍ପlରିକ ଘଣ୍ଟ ,ବାଦ୍ୟ ,ସଂକୀର୍ତ୍ତନ ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି l ଶହ ଶହ ମହିଳା ଓ ପୁରୁଷ ଏହି ଶୋଭାଯାତ୍ରାରେ ସାମିଲ ହୋଇଛି l ଯଜ୍ଞକର୍ତା ଭାବରେ ସୁଶୀଲ ମେହେର ଓ ତାଙ୍କ ଧର୍ମପତ୍ନୀ ପୂର୍ଣ୍ଣିମା ମେହେର ଦାୟୀତ୍ବ ନିର୍ବାହ କରୁଥିବା ବେଳେ ଈଶ୍ୱର ପ୍ରସାଦ ଶତପଥୀ, ରଞ୍ଜିତ ଦାସ,ସଞ୍ଜୟ ଶତପଥୀ ,ପରମେଶ୍ବର ଶତପଥୀ ପୂଜକ ଭାବରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରୁଛନ୍ତି l ଆସନ୍ତା କାଲି ସକାଳ ୯ ଘଟିକାରେ ନାମଯଜ୍ଞ ଆରମ୍ଭ ହେବ ଏଥିରେ ବିଭିନ୍ନ ମହିଳା ସଂକୀର୍ତ୍ତନ ଦଳ ସହ ପୁରୁଷ ସଂକୀର୍ତ୍ତନ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l
"/>-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2021