-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2021
ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କଲ୍ୟାଣ ମଣ୍ଡପଠାରେ ଆଜି ୧୯/୧୨ ରବିବାର ଦିନ କୋଶଲିଆ ମାଳି ସମାଜର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଚୟନ କାର୍ଯ୍ଯକ୍ରମ ଜିଲ୍ଲା କୋଶଲିଆ ସମାଜର ସଭାପତି,ସମ୍ପାଦକ ତଥା କର୍ମକର୍ତ୍ତାଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ଯକ୍ରମରେ ରାଜ୍ୟ କୋର କମିଟୀ ଅଧ୍ଯକ୍ଷ କାର୍ତ୍ତିକ ଚନ୍ଦ୍ର ପୁଟେଲ କାର୍ଯ୍ଯକ୍ରମକୁ ଶୁଭ ଉଦଘାଟନ ତଥା ଉନ୍ମୋଚନ କରିବା ସହ କୋଶଲେଶ୍ୱର ବାବାଙ୍କ ପୂଜାର୍ଚ୍ଚନା କରିଥିଲେ।ଚୟନ ପ୍ରକ୍ରିୟା ପୂର୍ଣ୍ଣାନନ୍ଦ ପୁଟେଲ,ତହସିଲଦାର(କୋମନା,ନୁଆଁପଡା)ଏବଂ ଅଧ୍ଯାପକ ଅଭୟ କୁମାର ଚୌଧୁରୀଙ୍କ ନିର୍ଦେଶନାରେ ସମ୍ପାଦିତ ହୋଇଥିଲା। ନୂତନ ଭାବରେ ଗଠିତ ହୋଇଥିବା ରାଜ୍ଯ ସଙ୍ଗଠନରେ ଆଜି ସଭାପତି ବାସୁଦେବ ମାର୍ଥା,ସମ୍ପାଦକ ଡ.ଅନିରୁଦ୍ଧ କୁରୁକୁରିଆ,ଉପ‐ସଭାପତି ଦାରାସିଂ ପୁଟେଲ,ଜୋନ ସ୍ତରୀୟ ଉପସଭାପତି ଶ୍ରୀମତୀ ଅଗସ୍ତି
ପୁଟେଲ,ବିରାଜ ପୁଟେଲ,ଜପ ପୁଟେଲ,ଯଦୁମଣି ପୁଟେଲ,ସହ ସମ୍ପାଦକ ବିଜୟ କୁମାର ପୁଟେଲ,କୁଲମଣି ପୁଟେଲ,ଅର୍ଜୁନ ମାଳୀ,କୋଷାଧ୍ଯକ୍ଷ ଶରତ ଚନ୍ଦ୍ର ପୁଟେଲ,ସମୀକ୍ଷକ କଳାକାହ୍ନୁ ପୁଟେଲ,ରାଜ୍ୟ ସଂଯୋଜକ ତପିମଣି ପଟେଲ,ସୂଚନା ଅଧିକାରୀ ସୁଶୀଲ କୁମାର ପଟେଲ,ଆଇନ ପରାମର୍ଶ ଦାତା ଭାବେ ଶେଷଦେବ ପୁଟେଲ,ରଇବାରୁ ପୁଟେଲ,ଅଭୟ ଚୌଧୁରୀ,ପୂର୍ଣ୍ଣାନନ୍ଦ ପୁଟେଲ,ହୃଦାନନ୍ଦ ପୁଟେଲ ଏବଂ ଉପଦେଷ୍ଟା ମଣ୍ତଳୀରେ ଏକୋଇଶି ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି।କାର୍ଯ୍ଯକ୍ରମରେ ରାଜ୍ଯର ଆଠଟି ଜିଲ୍ଲାର ବହୁ ଜାତି,ଭାଇ ତଥା କର୍ମକର୍ତ୍ତା ଯୋଗ ଦେଇ ଥିଲେ