-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2021
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଭାଲୁପିଆ ବୁଢ଼ୀମୁଣ୍ଡା ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ରବିବାର ଦିନ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ,ଗଜବାହଲ ପଞ୍ଚାୟତ ସରପଞ୍ଚ ପୂଜାରାଣୀ ସାହୁ ,ଗ୍ରାମକୃଷି କର୍ମୀ ପିତାମ୍ବର ମାଝୀ ,ସାମାଜିକ କର୍ମୀ ଦେବେନ୍ଦ୍ର ମହାଲିଙ୍ଗ, ଭାଲୁପିଆ ଗ୍ରାମ୍ୟ ଉନ୍ନୟନ ସମିତି ସଭାନେତ୍ରୀ ଭାନୁମତି ପ୍ରଧାନ ବରିଷ୍ଠ ଚାଷୀ ଶ୍ରୀପତି ଭୋଇ,ଗୌରୀଶଙ୍କର ପାତ୍ର, ଜଗନ୍ନାଥ ଭୋଇ, ଅମ୍ବୁବତୀ ପୁଟେଲ,ଜୟନ୍ତି ଭୋଇ,ଅରୁଣା ପାତ୍ର, ହେମସାଗର ମାଝୀ,, ସାମ୍ବାଦିକ ସତ୍ୟ କୁମାର ଆୟୋଜକ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା,ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ।
ସଫଳ ଚାଷୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା ।ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପାରମ୍ପରିକ ଖାଦ୍ୟ,ବିହନ ପଦର୍ଶନ କରାଯାଇଥିଲା ।ସୁଦେଷ୍ନ। ରାଣୀ ଏସ ଏଚ ଜି ତରଫରୁ ସୂର୍ଯ୍ୟ କାନ୍ତି ବନଛୋର ଙ୍କ ଖାଦ୍ୟ ପ୍ରଦର୍ଶନୀ ଷ୍ଟଲ ପାଇଁ ବ୍ଲକ ସ୍ତରୀୟ ମେଳା ରେ ପୁରସ୍କୃତ କରାଯିବାକୁ ଘୋଷଣା କରାଯାଇଥିଲା।କାର୍ଯ୍ୟକ୍ରମ ଟି କୁ ବୁଢ଼ୀମୁଣ୍ଡା ଗ୍ରାମ ବାସୀ ସହଯୋଗ କରିଥିଲେ। ସଂସ୍କୃତିକ କାର୍ଯ୍ୟ କ୍ରମ ସମସ୍ତଙ୍କ ମନ ମୋହିଥିଲା।