-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2021
ବଲାଙ୍ଗିର (ପ୍ରେରଣା ଖବର): ଆଜି ଦିନ ୧୦ଟା ସମୟରେ ବାନିପାଲି ୟୁଥ୍ ଏକ୍ସନ କମିଟିର ସଭାପତି ସୁରେନ୍ଦ୍ର ଭୋଇଙ୍କ ନେତୃତ୍ବରେ ବାନିପାଲି ପଞ୍ଚାୟତ ଅନ୍ତର୍ଗତ ବିଅଁର ପାଲି ଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ୍ ଅନ୍ତର୍ଗତ ବାନିପାଲି
ପଞ୍ଚାୟତର ବିଅଁର ପାଲି ଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ, ଗ୍ରାମରେ କାର୍ଯ୍ୟକ୍ରମ କରାଯିବ ର ନିଷ୍ପତ୍ତି ନିଆଯାଇଛି। ଆଜିର କାର୍ଯ୍ୟକ୍ରମକୁ ସଭାପତିତ୍ବ କରିଥିଲେ ବଲାଙ୍ଗୀର ୟୁଥ୍ ଏକ୍ସନ କମିଟିର ସଭାପତି
ବିନୋଦ କାଲସାଏ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବଲାଙ୍ଗୀର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଉପସଭାପତି ମୁନା ପଟ୍ଟନାୟକ, ଉମେଶ ଗଡତ୍ୟା ଓ ସମ୍ପାଦକ ଗୋପାଳ ବିଶ୍ବାଳ, ଅକ୍ଷୟ ନାଏକ, ରୁଦ୍ର ପ୍ରଧାନ, ତୁଷାର ଦୀପ, ଜିତେନ୍ଦ୍ର ଛତ୍ରିଆ, ପ୍ରେମ କିଶୋର ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ଶ୍ରୀ ଦେବାନନ୍ଦ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।