-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ ) କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ଏବଂ ପ୍ରଫେସର ଭୁବନେଶ୍ଵର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ର ମିଳିତ ଉଦ୍ୟମରେ କର୍ଲାମୁଣ୍ଡା ବ୍ଲକର ବିଜାପାଟି ଗ୍ରାମ ଠାରେ ୫୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁଶନିବାର ଶୀତବସ୍ତ୍ର ପ୍ରଦାନ କରାଯାଇଛି,ଉକ୍ତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଦିବ୍ୟାଙ୍ଗ ମଞ୍ଚ ର ସଭାପତି ତଥା ରେଗଡା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଂଚ ସୁରେଶ ଚୋଧୁରୀ ସଭାପତିତ୍ବ କରିଥିଲେ, ମୁଖ୍ୟ ଅତିଥି ଭାବେ ଚିନ୍ମୟ ବେହେରା ସମାଜସେବୀ ତଥା ପ୍ରଫେସର ଭୁବନେଶ୍ଵର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ର ପୂର୍ବତନ ସଭାପତି, ମୂଖ୍ୟ ବକ୍ତା ଭାବେ ପ୍ରଫେସର ଭୁବନେଶ୍ଵର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ର ସଂପାଦକ ଅଭିଳାଷ ମୁଣ୍ଡ, ସମାଜସେବୀ ପ୍ରିୟରଞ୍ଜନ ମୁଣ୍ଡ, ଶାନ୍ତି ସ୍ଵରୁପ ପଣ୍ଡା,ସୁମନ୍ତ ଦଣ୍ଡସେନା,ବିଜପାଟି ଗାଁ ଗୋନ୍ତିଆ ଖୁସିରାମ ଚୋଧୁରୀ ଏବଂ ପୂର୍ବତନ ୱଡମେମ୍ଵର ଶ୍ରୀ କୁମର ଦୀପ ଉପସ୍ଥିତ ଥିଲେ, ମୁଖ୍ୟ ଅତିଥି ଶ୍ରୀ ବେହେରା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ, ମୁଖ୍ୟ ବକ୍ତା ଶ୍ରୀ ମୁଣ୍ଡ ଆଗାମୀ ଦିନରେ ତାଙ୍କ ସଂଗଠନ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନେଇ ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି