-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ): କରୋନା ସମୟରେ ଆଗଧାଡିର ଯୋଦ୍ଧା ସାଜି ନିରାଶ୍ରୟଙ୍କୁ ସାହା ହେଉଛି ପୋଲିସ । ଏମିତି ଏକ ସୁନ୍ଦର ବାର୍ତା ଦେଇଛି କଂଟାବାଞ୍ଜି ପୋଲିସ । ଅଜଣା ଅଚିହ୍ନା ମୃତଦେହକୁ ଉଚିତ ସମ୍ମାନ ଦେଇ ଅନ୍ତ୍ୟେଷ୍ଟି କରିଛି । ପୋଲିସର ଏଭଳି ପ୍ରୟାସକୁ ସାରା ସହରବାସୀ ବି ଭୁରି ଭୁରି ପ୍ରସଂଶା କରୁଛନ୍ତି । ସକାଳୁ ସକାଳୁ କଣ୍ଟାବାଞ୍ଜି ଡାକ୍ତରଖାନା ପରିସରରେ ଏକ କୋକେଇ ସଜଡା ଯାଉଥିଲା ।
କଂଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରି ହୃଶିକେଷ ମେହେରଙ୍କ ତତ୍ତ୍ୱାବଧାବରେ ଥାନା ଅଧିକାରି ଏବଂ ଅନ୍ୟ ପୋଲିସ କର୍ମଚାରି ମୃତଦେହକୁ କାନ୍ଧେଇ ସହର ମୁଖ୍ୟ ରାସ୍ତା ଦେଇ କଂଟାବାଞ୍ଜି ଶ୍ମଶାନ ଘାଟକୁ ନେଇଯାଇଥିଲେ । ଗତ ୩ ଦିନ ତଳେ କଂଟାବାଞ୍ଜି ଡାକ୍ତରଖାନାରେ ଏକ ଅଚିହ୍ନା ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା ।
ତେବେ କଣ୍ଟାବାଞ୍ଜି ପୋଲିସ ବୃଦ୍ଧା ଜଣକର ପରିଚୟ ନପାଇବାରୁ ଅନ୍ତିମ ସତ୍କାର କରିଛି କଂଟାବାଞ୍ଜି ପୋଲିସ । ସବୁ ସମୟରେ କୌଣସି ନାଁ କୌଣସି କଥାକୁ ନେଇ ଲୋକଙ୍କ ମନରେ ପୋଲିସ ପ୍ରତି ଭୟ ରହିଥାଏ । ହେଲେ ପୋଲିସ ବାବୁଙ୍କର ମଧ୍ୟ ଏଭକି ହୃଦୟ ଅଛି ଆଜିର ଏହି ଦୃଶ୍ୟ ବୟାନ କରୁଛି ।