-+91-9937148622 |
prerana_bgr@rediffmail.com |
Thursday 19th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2021
ବୀରମହାରାଜପୁର, ( ବିନୋଦ ପାଣ୍ଡେ) : ସମଗ୍ର ଦେଶରେ ଜାରୀ ରହିଥିବା ଶୀତ ଲହରୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ମଧ୍ଯ ଶୀତ ଅନୁଭୂତ ହେଉଅଛି । ଗତ ୬ ଦିନ ହେବ ପ୍ରବଳ ଘନ କୁହୁଡି ସାଙ୍ଗକୁ ଶୀତ ଲାଗିରହିଥିବା ବେଲେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅପରାହ୍ନ ୪ ଟାରୁ ଶୀତ ଆରମ୍ଭ ହୋଇ ରାତିରେ ଜାଡ ଅନୁଭୂତ ହେଉଛି । ସକାଳ ୧୦ ସମୟ ପର୍ଯ୍ୟନ୍ତ ଶୀତ ଲାଗି ରହିଥିବାରୁ ବିଶେଷ କରି ଶ୍ରମିକ ତଥା ଛାତ୍ରଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀତ ଯୋଗୁଁ ମଣିଷ ଅପେକ୍ଷା ପ୍ରାଣୀ, ପକ୍ଷୀଙ୍କ ଅବସ୍ଥା ସଙ୍ଗିନୀ ହୋଇପଡିଛି । ଜନସାଧାରଣ ଶୀତରୁ ରକ୍ଷା ପାଇଁ କାଠ, କୁଟା, ଜାଳି ନିଆଁରୁ ଗରମ ନେଉଥିବା ଦେଖିବାକୁ ମିଳିଛି ।ତାପମାତ୍ରା ୧୨ ଡିଗ୍ରୀ ତଳେ ରହୁଥିବା ହେତୁ ବୟସ୍କ ମାନଙ୍କ ନିମନ୍ତେ ଏହି ତାପମାତ୍ରା ବିପଦ ସୃଷ୍ଟି କରୁଛି ଢ।ଏପରିକି ବସଷ୍ଟାଣ୍ଡ, ଛକ ମାନଙ୍କରେ ବହୁ ଗୃହ ଶୂନ୍ଯ ଲୋକ ଯାଯାବର ଭଳି ବୁଲୁଥିଲେ ହେଁ ପ୍ରସାଶନ ପକ୍ଷରୁ କେବଳ ସହରାଞ୍ଚଳ ରେ ସେଲଟର ହୋମ ବ୍ୟବସ୍ଥା ରହିଥିବା ବେଳେ ବ୍ଲକ ଓ ପଞ୍ଚାୟତର ପ୍ରମୁଖ ସ୍ଥାନ ଗୁଡିକରେ ଏହି ଯାଯାବର ପରିବାର ସେଲଟର ହୋମ ଅଭାବରୁ ବେଶ ଦୟନୀୟ ଅବସ୍ଥା ବସବାସ କରୁଥିବା ଦେଖିବାକୁ ମିଳୁଛି ।