-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଲାଠୋର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଲାଠୋର ଜୋନ୍ ସଭାପତି ଶଶୀଭୂଷଣ ପୁଝାରୀ ଙ୍କ ସଭାପତିତ୍ବରେ ଆୟୋଜିତ କରିଥିଲେ। ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ମହାରାଜା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି କୁ ସୁଦୃଢ ଓ ଶକ୍ତିଶାଳୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏବଂ ଅଞ୍ଚଳ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଭାରତୀୟ ଜନତା ପାର୍ଟିର ସଭାପତି ଶିବାଜୀ ମହାନ୍ତି,ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ, ଜିଲ୍ଲା ପରିଷଦ ବିପ୍ର ବିଶି, ସଭାପତି ଶଶୀ ପୁଝାରୀ, ନରସିଂହ ବୁଡେକ, କାଶୀ ମେହେର ଙ୍କ ସମେତ ୧୨ ଟି ପଞ୍ଚାୟତ ର ୭୦୦ ଜଣ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଜି ବୈଠକ ରେ ୧୦୦ ଜଣ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା ଜଣାପଡିଛି।