-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ବୁଢ଼ୀପଦର ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଶୁକ୍ରବାରଦିନ ଜଳବାୟୁ ପରିବର୍ତ୍ତନ ସହଣୀ ବିହନ ଓ ଖାଦ୍ୟ ଜୈବ ବିବିଧତା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି।
ଏଥିରେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀ,ପୌରକେଲା ପଞ୍ଚାୟତ ସରପଞ୍ଚ କେତକୀ ରଣା,ଗ୍ରାମ କୃଷି କର୍ମୀ ଲୋକନାଥ ନାଗ,,ବୁଢ଼ୀପଦର ଗ୍ରାମ୍ୟ ଉନ୍ନୟନ ସମିତି ସଭାପତି ରେବତୀ ପାତ୍ର,, ସମ୍ପାଦକ ରାଜକିଶୋର ପାତ୍ର, , ଆୟୋଜକ ସଂସ୍ଥା କର୍ମୀ ଜଗଦୀଶ ପ୍ରସାଦ ରଣା, ବରିଷ୍ଠ ଚାଷୀ ଶ୍ରୀପତି ଭୋଇ,ଗୌରୀଶଙ୍କର ପାତ୍ର,ଅନିରୁଦ୍ଧ ପୁଟେଲ,ଜତି ଭୋଇ,ଯୁବରାଜ ପଧାନ,ପ୍ରମୁଖ ଯୋଗଦେଇ ପାରମ୍ପରିକ ଖାଦ୍ୟ ଓ ବିହନ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ସହଣୀ ଚାଷ ବିଷୟରେ ଆଲୋଚନା କରିଥିଲେ। ସଫଳ ଚାଷୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ବୁଢ଼ୀପଦର, ଖରଝୁରା, ଧରାଖମନ,କଂସିଲ, ସିରାବାହଲ ପ୍ରଭୁତି ଗାଁ ର ଚାଷୀମାନେ ଯୋଗ ଦେଇଥିଲେ।ଏଥିରେ ବୁଢ଼ୀପଦର ଗ୍ରାମ ବାସୀ ସହଯୋଗ କରିଥିଲେ।