-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
17-Dec-2021
(ପାଟଣାଗଡ଼) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ମଣ୍ଡଳ ଗାଁ ରେ ଅଭୟ ପ୍ରସାଦ ଠାକୁର ମେମୋରିଆଲ ପକ୍ଷରୁ ପଶ୍ଚିମ ଓଡ଼ିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଆଜି ତୃତୀୟ ଦିନ ପ୍ରଥମ ରାଉଣ୍ଡ ରେ ଖରିଆର ଓ ପାଟଣାଗଡ଼ ମଧ୍ୟ ରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୋଇଥିବା ବେଳେ ଖରିଆର ଦଳକୁ ଗୋଟିଏ ଗୋଲ ଦେଇ ପାଟଣାଗଡ଼ ଦଳ ବିଜୟୀ ହୋଇଥିଲେ ଓ ଦ୍ବିତୀୟ ରାଉଣ୍ଡ ରେ ନକ୍ଟାସର ଓ ଗୁଲମି ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏବଂ ନକ୍ଟାସର କୁ ଗୋଟିଏ ଗୋଲ ଦେଇ ଗୁଲମୀ ଦଳ ବିଜୟ ହାସଲ କରିଥିଲେ। ଆଜି ର ଏହି ଖେଳରେ ଶ୍ରୀ ଯୁକ୍ତ ରାଧାମୋହନ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟ କୁ ଆଗେଇ ନେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ଶୁକଦେବ ଠାକୁର,ଶରତ ଯୋଶୀ, ଜଗନ୍ନାଥ ଖମାରୀ ( ମଣ୍ଡଳ ଜୋନ୍ ସଭାପତି ବିଜୁ ଜନତା ଦଳ),ମାଧବ
ଠାକୁର ଅବସରପ୍ରାପ୍ତ ଶିକ୍ଷକ, ପ୍ରଦୀପ ସାହୁ ପ୍ରଧାନ ଶିକ୍ଷକ ମଧ୍ୟପୁର ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟ ରେ ଦୁଷ୍ମନ୍ତ ସାହୁ ଅମ୍ପେୟାର ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ବୁଲୁ ମାଝୀ ଓ ଦୁଷ୍ମନ୍ତ ବେହେରା ଲାଇନ୍ ମେନ୍ ଦାୟିତ୍ଵ ତୁଲାଉଛନ୍ତି। ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ଗାଁ ର ଅଭୟ ପ୍ରସାଦ ଠାକୁର ମେମୋରିଆଲ କମିଟିର ସଭାପତି ପ୍ରଶାନ୍ତ ଶବର,କୁନୁ ମୁଣ୍ଡା, ଗୋପାଳ ସେଠ, ସଞ୍ଜୟ ଠାକୁର, ଚିନ୍ତାମଣି ପାଢ଼ୀ,ସନ୍ତ ଭୋଇ, ବେଣୁଧର ବାରିକ ସହଯୋଗ କରୁଛନ୍ତି।