-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
,ବଲାଙ୍ଗୀର ଜିଲ୍ଲା ଏକଦା ଭୋକର ଭୂଗୋଳ ଭାବରେ ପରିଗଣିତ ହେଉଥିବ ବେଳେ ଏବେ ପୁଣି ଭୋକର କରୁଣ ଚିତ୍ର ସାମ୍ନାକୁ ଆସିଛି। ଜଣେ ଅସହାୟ ମହିଳା ଅଳିଆ ଗଦାରୁ ଖାଇବା ଖୋଜି ପଚି ସଢ଼ି ଯାଇଥିବା ଖାଦ୍ୟ ଗୋଟାଇ ଖାଉଥିବାର ଚିତ୍ର ଆମ ସାମ୍ନାକୁ ଆସିଛି। ଯାହା ଆମ ସଭ୍ୟ ସମାଜକୁ ବିଚଳିତ କରିବ ନିଶ୍ଚୟ। ଏବଂ ଗରିବ ଅସହାୟ ଙ୍କ ପାଇଁ ଥିବା ସରକାରୀ ଯୋଜନାର ରୂପାୟନ ଉପରେ ପ୍ରଶ୍ନ ଛିଡା କରିଛି। ତେବେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ ନିକଟରେ ଥିବା ମହାଗା ଗ୍ରାମ ରୁ ଏହି ଅଭାବନୀୟ ଚିତ୍ର ସାମନାକୁ ଆସିଛି। ଏଠି ଦୀର୍ଘ ଚାରି ମାସ ହେବ ଜଣେ ଅସହାୟ ମାନସିକ ବିକୃତ ମହିଳା ଏକ ପାନ ଦୋକାନ ତଳେ ରହି ଆସୁଛନ୍ତି। ତେବେ ତାଙ୍କର କୌଣସି ପରିଚୟ ଏଯାଏଁ କେହି ଜାଣି ନ ଥିବା ବେଳେ ଗ୍ରାମ ବାସି ଓ ପାଖରେ ଥିବା ଏକ ହୋଟେଲ ମାଲିକ ଯଥା ସମ୍ଭବ ତାଙ୍କୁ ସାହାଯ୍ୟ କରି ଆସୁଛନ୍ତି। ସେହିପରି
ଖୋଲାରେ ରହୁଥିବା ଏହି ମହିଳାଙ୍କୁ ସେମାନେ କମ୍ବଳ ଶାଢ଼ୀ ଓ ସମୟ ସମୟରେ ଖାଇବା କୁ ମଧ୍ୟ ଦେଇଥାନ୍ତି। ହେଲେ ତାହା ସବୁବେଳେ ସମ୍ଭବ ହେଉନାହିଁ। ଏବଂ ମହିଳା ଜଣକ ପେଟର କ୍ଷୁଧା ମେଣ୍ଟାଇବା ପାଇଁ ଅଳିଆ ଗଦା ରୁ ଖାଇବା ଦେଖିବାକୁ ମିଳିଛି। ସେପଟେ ଦୀର୍ଘ ଚାରି ମାସ ହେବ ଏ ମହିଳା ଏଠି ଏମିତି ଚାଲିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜର ତାଙ୍କ ଉପରେ ପଡ଼ି ନାହିଁ। ତେବେ ସରକାରଙ୍କ ଢେର୍ ଯୋଜନା ଥିବା ବେଳେ ଏଭଳି ଗରିବ ଆସାୟଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ରହିଛି। ଯେଉଁଥିରେ ତାଙ୍କୁ ଉଦ୍ଧାର କରିବା ସହ ତାଙ୍କର ଚିକିତ୍ସା ଓ ଥଇଥାନ କରିବାର ବ୍ୟବସ୍ଥା ମଧ୍ୟ ଅଛି ହେଲେ ଏହା ସତ୍ତ୍ୱେ ମଧ୍ୟ ଏଭଳି ଚିତ୍ର ସବୁ ବ୍ୟବସ୍ଥାକୁ ପଦାରେ ପକାଇଛି।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)