-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଦୀର୍ଘ ୭୭ ବର୍ଷ ପରେ ବଦଳିଲା ଭାଗ୍ୟ ନିସ୍ତବ୍ଧ ଲାମ୍ବିପାଲି,  ଆଜି ନିଜର ଦୀର୍ଘ ଦିନର ଭିଟାମାଟିକୁ ଛାଡ଼ିଲେ  ବିସ୍ଥାପିତ ୪୧ ପରିବାର 

16-Dec-2021



ରେଙ୍ଗାଲି:-ଅତୀତରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସାହାଜ ବାହାଲ  ନାମରେ ଗୋଟିଏ ଗାଆଁ ଥିଲା ଯାହା  ୧୯୫୫ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ବେଳେ ଜଳମଗ୍ନ ହୋଇଯାଇଥିଲା।ଏଇ ଗ୍ରାମରଲୋକେ ସେଠୁ ପାଲେଇ ଆସି  ଘୁଘୁରାଖୋଲ ପାହାଡ ତଳେ ଆଶ୍ରୟ  ନେଇଥିଲେ। ଯାହା ଅତାବିରା ବ୍ଲକ ଖାରମୁଣ୍ଡା ପଞ୍ଚାୟତ ର ଲାମ୍ବିପାଲି ଗାଆଁ ନାମରେ ପରିଚିତ ।     ଜଙ୍ଗଲ ପରିବେଷ୍ଠିତ ଏହି ଅଞ୍ଚଳରେ  ବାଘ ଭାଲୁ ଆଦି ହିଂସ୍ର  ଜନ୍ତୁଙ୍କ ଭୟ ରହିଥିଲା । ତଥାପି  ଜୀବନ ଜିଇଁବାକୁ ଯେଉଁଠି ହେଲେ  ମୁଣ୍ଡ ଗୁଞ୍ଜିବାକୁ ପଡ଼ିବ ।ତେଣୁ  ପ୍ରତି ମୁହୂର୍ତ୍ତରେ   ସେମାନେ ସଂଘର୍ଷ କରି ଚାଲିଥିଲେ ନିଜର ସର୍ବସ୍ବ ତ୍ୟାଗ କରି। ପେଟ ପାଟଣା ପାଇଁ  ଯେମିତି ଏହି ଜଙ୍ଗଲ ସାଜିଥିଲା ଏମାନଙ୍କ ପାଇଁ ଦରଦୀ ସାଥିଟିଏ।ଜଙ୍ଗଲରୁ ଜଙ୍ଗଲାଜାତ ଦ୍ରବ୍ୟ ସଂଗ୍ରହ କରି  ପ୍ରଥମେ କୁଡ଼ିଆରେ ଏମାନେ ଦିନ ବିତାଉଥଲେ। ଟିକିଏ  ଅନ୍ଧାର  ହେଲେ କେହି ଘରୁ ବାହାରୁ ନଥିଲେ। ଧିରେ ଧିରେ ଏମାନେ ଅଭ୍ୟସ୍ତ ହୋଇଗଲେ ସେଇ ଅଞ୍ଚଳ ସହିତ। ମହୁଳ ଫୁଲ ଗୋଟାଇ,କେନ୍ଦୁ ପତ୍ର  ତୋଳି ଓ ପତ୍ର ତିଆରି ଖଳି ଦନା ଓ ଝାଡୁ ତିଆରି କରି ବିକ୍ରୟ କରି ଜୀବିକା ନିର୍ବାହ କରିଚାଳିଲେ । ଆଜିକୁ ଦୀର୍ଘ 77 ବର୍ଷ ଧରି ସେମାନେ ଏହି ଜଙ୍ଗଲ ସହିତ ବେଶ୍ ପରିଚିତ ହୋଇଯାଇଥିଲେ।ଏଇ  ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ  ଦେଶ ତଥା ରାଜ୍ୟ ବିକାଶ କ୍ଷେତ୍ର ରେ ଆଗେଇ ଚାଲିଲା । ସରକାର ପ୍ରତି  ଗ୍ରାମର ବିକାଶ ପାଇଁ ଯୋଗାଯୋଗ ,ଶିକ୍ଷା,ବ୍ୟାଙ୍କ୍ ସେବା,ସ୍ବାସ୍ଥ୍ୟ ସେବା  ସାଙ୍ଗକୁ ଘର,ଶୌଚାଳୟ,ଆଦି ଅନେକ ପ୍ରକାର ସୁବିଧା କରିଚାଲିଲେ। ପ୍ରତି  ଗାଆଁ ମାନଙ୍କରେ ପାନୀୟ ଜଳର ସୁବିଧା,ବିଦ୍ୟୁତ୍ ସଂଯୋଗ ଆଦି ସୁବିଧା ଦେଲେ।କିନ୍ତୁ ଏମାନେ ସବୁ ସୁବିଧାରୁ ବଞ୍ଚିତ ରହିଥିଲେ।ଅକ୍ଲାନ୍ତ ପରିଶ୍ରମ କରି କିଛି ଲୋକ ମାଟି  ଘର  ଖଣ୍ଡିଏ ଲେଖାଏଁ ନିର୍ମାଣ କଲେ ।ହେଲେ  ପିଲାମାନଙ୍କ ପାଠପଢl, ସ୍ବାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବା ପାଇଁ ଭଳ ରାସ୍ତା ତଥା ପାଖରେ ଡାକ୍ତରଖାନାର ସୁବିଧା,ଏବଂ ବିଦ୍ୟୁତ୍ ସଂଯୋଗ ଆଦି  କୌଣସି ସୁବିଧା ଏମାନଙ୍କ ଭାଗ୍ୟରେ ଜୁଟି ନଥିଲା।  ସବୁଠାରୁ ବଡ଼ ଦୁଃଖର କଥା ଯେ ଆଜି ପର୍ଯ୍ୟନ୍ତ  ଏହି ୪୧ ପରିବାରର କେହି ହେଲେ ପାଠପଢି ଆଗକୁ  ବଢ଼ିପାରି ନାହାନ୍ତି  ।   ହିଂସ୍ର ଜନ୍ତୁଙ୍କ ଆକ୍ରମଣ ର ଭୟ ଓ ସଂଖ୍ୟା ବୃଦ୍ଧି, ଆଦି ପାଇଁ ଦିନକୁ ଦିନ ଏମାନେ ଭୟଭୀତ ହୋଇପଡିଲେ। ଅନେକଥର ସରକାରୀ ସୁବିଧା ପାଇଁ ଏମାନେ ସରକାରଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇଲେ।କିନ୍ତୁ ସରକାର ଏମାନଙ୍କର ସ୍ଥାୟୀ ବନ୍ଦୋବସ୍ତ ପ୍ରତି ଚିନ୍ତା କରି ଅତାବିରା ବ୍ଲକ ଟାଙ୍ଗରପାଲି ପଞ୍ଚାୟତ କନ୍ତଳ ଗ୍ରାମରେ ଅସ୍ଥାୟୀ ଭାବରେ ଆଜବେଷ୍ଟସ ଛାଉଣୀ ଘର ତିଆରି କରିଦେଇଛନ୍ତି ଯେଉଁଠି ପାନୀୟ ଜଳ, ଯୋଗାଯୋଗ,ରାସ୍ତାଘାଟ ସହ ବିଜୁଳି ସଂଯୋଗ  ମଧ୍ୟ କରାଯାଇଛି।ଏହା ବ୍ୟତୀତ ଏମାନଙ୍କ ନାମରେ ୧୫ଲକ୍ଷ ଟଙ୍କା ୟୁନିଅନ ବ୍ୟାଙ୍କରେ ଜମା ରହିବ, ବିସ୍ଥାପିତ ହେବା ପରେ ଏକ ଲକ୍ଷ ଟଙ୍କା କାଢି ପାରିବେ।ଅବଶିଷ୍ଟ ୧୪ଲକ୍ଷ ଟଙ୍କା ଜମାହୋଇ ରହିବ ଓ ତାର ସୁଧ ବାହାର କରି ଏମାନେ ଚଳିବେ। ଏହା ବ୍ୟତୀତ ଏମାନେ ବିସ୍ଥାପିତ ହେବା ପରେ କିଛି କାମଧନ୍ଦା ନ  ପାଇବା ପର୍ଯ୍ୟନ୍ତ  ତିନି ମାସ ଧରି ରାସନ୍ ସାମଗ୍ରୀ ଯୋଗାଇ ଦିଆଯିବ।୩ ବର୍ଷ ପରେ ଏହି ଟଙ୍କା ଉଠାଇ ଏମାନେ ନିଜ ନିଜର ବ୍ୟବସାୟ କରିପାରିବେ ବୋଲି  ଜଣାପଡିଛି।ପରେ ଏମାନଙ୍କୁ ଇନ୍ଦିରା ଆବାସ ଯୋଗାଇ ଦିଆଯିବ ।ପ୍ରତି ପରିବାର ପାଇଁ ୧୦ ଡିସିମିଲ  ଲେଖାଏଁ ଯାଗା ଦିଆଯିବ ବୋଲି ଜଣାପଡିଛି। ଯାହା ତାଙ୍କର ସ୍ଥାୟୀ ଘର ରୂପେ ପରିଚିତ ହେବ। ଆଜି ସେମାନେ ତାଙ୍କର ଅସ୍ଥାୟୀ ଘରକୁ ବିସ୍ଥାପିତ ହୋଇଛନ୍ତି ତାଙ୍କର ଭିଟାମାଟି କୁ ଛାଡ଼ି।ଦ୍ଵିତୀୟ ଥର ପାଇଁ ସେମାନେ ଆଜି ବିସ୍ଥାପିତ ହେଉଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଯେତେବେଳେ ନିଜ ଗ୍ରାମ ସlହାଜ ବାହାଲ ରୁ ବିସ୍ଥାପିତ ହୋଇଥିଲେ  ସର୍ବହରା ହୋଇ ଆସିଥିଲେ।ନ ଥିଲା ଆଶ୍ରୟ ନେବା ପାଇଁ ଘର ନା ଆୟର ର କିଛି ପନ୍ଥା ।କିନ୍ତୁ  ଏଥର କିଛି ନୂଆଁ ଆଶା ରହିଛି,ସରକାର ସେମାନଙ୍କ ପାଇଁ ନିଶ୍ଚିତ ଭାବରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ ବୋଲି ଆଶା ରହିଛି। ଆଶା ରହିଛି ଭାଗ୍ୟୋଦୟର ।ତଥାପି ଦୀର୍ଘ ବର୍ଷ ଧରି ରହି ଆସୁଥିବା ସେଇ ଭିଟାମାଟି ଛାଡ଼ି ଯିବା ବେଳେ  ସେମାନଙ୍କ ମୁହଁରେ  ଥିଲା ଦୁଃଖଭରl ହସ,ଆଉ ଆଖିରେ ଥିଲା ଲୁହ ।  ଦୀର୍ଘ ୭୭ ବର୍ଷ ଧରି  ନିଜ ସୁଖ ଦୁଃଖର ସାଥୀ ସେଇ ବଣ ପାହାଡ଼ ଘେରା ଭୂଇଁ,ଯେଉଁ ଭୂଇଁ  ତାଙ୍କୁ ଅବେଲରେ ଆଶ୍ରୟ ଦେଇଥିଲା, ମୃତ୍ୟୁ  ସହିତ ସଂଗ୍ରାମ କରି ବଞ୍ଚିବା ଶିଖାଇଥିଲl, ତାକୁ ଛାଡି ଯିବା  ଏହି ସରଳ ଜଙ୍ଗଲ ଅଧିବାସୀ ଙ୍କ ପାଇଁ ବଡ ହୃଦୟ ବିଦାରକ ହୋଇଥିଲା ।କିନ୍ତୁ ସେଇ ଦୁଃଖ ଭିତରେ ରହିଥିଲା  ନୂତନ ଆଶାର ଏକ କ୍ଷୀଣ ଆଲୋକର ଆଭା ,ଯେଉଁ ଆଶା ତାଙ୍କୁ ନୂତନ ଆଲୋକ ପଥରେ ନେବ,ଅତୀତକୁ ଭୁଲିବାକୁ ସlହଯ୍ୟ କରିବ । ଆଜି ସେମାନେ ତାଙ୍କ ଅତି ଆପଣାର ବଣ  ଭୁଇଁ  କୁ ଛାଡି ପାଦ କlଢ଼ିଛନ୍ତି କିନ୍ତୁ ଏହା ପୂର୍ବରୁ ଗତ ୧୩  ତାରିଖ ଦିନ ସେମାନେ ନିଜର  ଗ୍ରାମଦେବୀ ଛକୋର ଚଉରାଶି ଓ ହନୁମାନଙ୍କୁ ନେଇ ସେଇ ନୂତନ ଗୃହରେ ,ଯେଉଁଠିକୁ ସେମାନେ ବିସ୍ଥାପିତ ହେବେ ସେଇ ସ୍ଥାନକୁ ନିର୍ଦ୍ଧାରିତ ଲଗ୍ନ ଓ ରୀତିନୀତି ସହ ସ୍ଥାପନା କରି ଆସିଥିଲେ ।ଏହି ସରଳ ଆଦିବାସୀଙ୍କ ଭବିଷ୍ୟତ ଜୀବନ ଯାପନ ଉନ୍ନତ ହେଉ ଏହି ଆଶା ପୋଷଣ କରିଛନ୍ତି ସରକାର ଓ ପଡ଼ୋଶୀ


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like