-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
16-Dec-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ତୁର୍ଲା ଗ୍ରାମର ଜଣେ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଭୀମ ଭାଟି ନାମକ ଜଣେ (୫୫)ବ୍ୟକ୍ତି ପ୍ରତିଦିନ ପରି ତାଙ୍କ ଗ୍ରାମର ଏକ ସାଇକେଲ ଦୋକାନ କରି ସାଇକଲ ଫିଟର କାମ କରିଆସୁଥିଲେ । ଅପରାନ୍ହ ପ୍ରାୟ ୮ଟା ୩୦ ରେ ସେ ନିଜ ସାଇକଲ କାମ କରି ନିଜ ଘରକୁ ଯାଇ ଥିଲେ । ହେଲେ ହଠାତ ଅସୁସ୍ଥ ହୋଇ ପଡିବାରୁ ଏକ ବୋଲେରୋ ଗାଡି ରେ ପରିବାର ଲୋକେ ଟିଟିଲାଗଡ଼ ଡାକ୍ତରଖାନା ଆଣିଥିଲେ । ହେଲେ ଡାକ୍ତରଖାନାରେ ଡ଼ଃ ଓଁକାର ହୋତା ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ସାଇକଲ ଫିଟର ଭାବେ ପରିବାର ପ୍ରତିପୋଷଣ କରିବା ସହ ମିଷ୍ଟଭାସି ଥିଲେ। ତାଙ୍କ ମୃତ୍ୟୁ ନେଇ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି । ସ୍ତାନୀୟ ଡାକ୍ତରଖାନାରେ ପ୍ରବଳ ଜନସମାଗମ ହୋଇଥିଲା । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି ।