-+91-9937148622 |
prerana_bgr@rediffmail.com |
Monday 23rd March 2026 |
R.N.I. Regd No. ODIODI/2010/46693
Breaking News
15-Dec-2021
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ ବାଞ୍ଜିପଦର ଗାଁରେ ପୂର୍ବରୁ ଏସ ଇ ସି ସି ତାଲିକାରେ ନାମ ରହିଥିଲେ ହେଁ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ କରି ଗାଁ ର ମହିଳା ମାନେ ବୁଧବାର ବ୍ଲକ କୁ ଆସି ବିଡ଼ିଓ ଙ୍କୁ ସାକ୍ଷାତ କରିଥିଲେ।ତେବେ ବିଡ଼ିଓ କୌଣସି ଗୁରୁତ୍ୱ ଦେଇ ନଥିବାରୁ ମହିଳା ମାନେ ଅଶାନ୍ତି ରେ ଫେରି ଯାଇଥିବା ସାମାଜିକ କର୍ମୀ ଜୟନ୍ତି ସାହୁ କହିଛନ୍ତି। ଚଞ୍ଚକତା କରି ବାଞ୍ଜିପଦର ଗାଁ ଲୋକଙ୍କ ନାମ ଯୋଗ୍ୟ ତାଲିକା ରୁ ବାଦ କରାଯାଇଥିବା ଜଣେ ହିତାଧିକାରୀ କହିଛନ୍ତି। ଅନ୍ୟ ପଟେ ସାପଲହରା ପଞ୍ଚାୟତ ସରପଞ୍ଚ ପୃଥ୍ୱୀରାଜ ମାଝୀ ଙ୍କୁ ପଚାରିବାରୁ ଘର କାଟିବା ଲୋକ ଆମେ ନୋହୁଁ ବୋଲି କହିଛନ୍ତି।ଏଣୁ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା କୁ ଗ୍ରାମବାସି ଦାବି କରିଛନ୍ତି।