-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ତ୍ରୀକୁଟ ପାତାଳୀ କ୍ଷେତ୍ର ପଂଚକଟକ ଠାରେ ଇତିହାସ ଓ ମାଦଳ ପାଂଜି ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଉଲୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତା ଭାବରେ ଡ. ଅନିରୁଦ୍ଧ କୁରକୁରିଆ ଯୋଗଦେଇ ଇତିହାସ ଓ ମାଦଲ ପାଂଜି ଉପରେ ଆଲୋଚନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ଦିର୍ଗା ସାହୁ, ବିଶ୍ୱ ନାଗ, ସନ୍ଥ ନିମୟୀ ଚରଣ ଦାସ ଓ ପୁରାତନ ଛାତ୍ର ମନୋଜ ପଧାନ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ଶମ୍ଭୂରାଜ କର୍ଣ୍ଣ ପରିଚାଲନା କରିଥିବା ବେଳେ ହୃଷିକେଶ ଦେହେରୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଭରତ ପାତ୍ର, ପିଂଟୁ ମେଲ୍ଲୀ, କହ୍ନେଇ ଦେହେରୀ,ପଦ୍ମଲୋଚନ ପଧାନ, ଶ୍ୟାମ ପଧାନ, ସୁଜିତ ସାହୁ ପ୍ରମୁଖ ସହେଯାଗ କରିଥିଲେ । ବବୁନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।