-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2021
(ପ୍ରେରଣା ଖବର ବ୍ୟୁରୋ) ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ୍ ର ନଜର l ଅବହେଳିତ ଐର ରାଜ ଖାରବେଳ ର ଐତିହାସିକ ମୁକ ସାକ୍ଷୀ ଗୁମାଗଡ଼ (ତୋଷାଳୀ ଅଞ୍ଚଳର ଖର୍ଲିଗଡ଼ ) ବଲାଙ୍ଗୀର ଜିଲ୍ଲା ସଦର ମହକୁମାରୁ 45କିଲୋମିଟର ଓ ତୁଷୁରା ରୁ ପ୍ରାୟ 10 କିଲୋମିଟର ଦୂରରେ ପାହାଡ଼ ପର୍ବତ ଘେରା ଆଦିବାସୀ ଅଞ୍ଚଳର ଗୁଡ଼ଭେଲା ବ୍ଲକ ମାଢେକେଲା ଗ୍ରାମ ପଞ୍ଚାୟତର ଭୁଆଁପଡା ରେ କାହିଁ ଆଦିମ ଆବାହନ କାଳରୁ କୁଳୁକୁଳୁ ନାଦରେ ତେଲ ନଦୀ ଓ ରାହୁଲ ନଦୀ ର ସଙ୍ଗମ ସ୍ଥଳ ରେ ଅବସ୍ତିତି ଥିବା ଗୁମାଗଡ଼ ବା ଖର୍ଲିଗଡ଼ l ଏହି ନଦୀ ଶଯ୍ୟାର ଅତି ନିକଟରେ ଦେମୁହଁlଣ ଠାରେ କନ୍ଧମାଳ ଜିଲ୍ଲାରୁ ପ୍ରବାହିତ ହୋଇ ଆସିଥିବା ଖଡଙ୍ଗ ନଦୀ ତେଲ ନଦୀ ସହିତ ମିଶିଅଛି l ଶୀତ ଋତୁ ଓ ନୂଆଁ ବର୍ଷ ଆସିଲେ ବଣଭୋଜି କରିବା ପାଇଁ ବଲାଙ୍ଗୀର ଜିଲ୍ଲା ସମେତ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର ଆସୁଥିବା ପର୍ଯ୍ୟଟକ ମାନେ
ବଣ ଭୋଜି ତଥା ସାମୟିକ ଶାନ୍ତି ର ଅବକାଶ ସକାଶେ ଆସୁଛନ୍ତି l ହେଲେ ଦୁଃଖ ର ବିଷୟ ପର୍ଯ୍ୟଟକ ମାନଙ୍କ ପାଇଁ ବର୍ତମାନ ପର୍ଯ୍ୟନ୍ତ ସ୍ଥାଇ ରାସ୍ତା ଟିଏବି ନାହିଁ l ସରକାର ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟଟନ ପାଇଁ ଖର୍ଚ୍ଚ କରୁଥିବା ବେଳେ ଏହି ଗୁମାଗଡ଼ ପ୍ରାକୁତିକ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ ପ୍ରଶାସନର ନଜର ପଡୁନ ଥିବାରୁ ଏହି ଐତିହାସିକ ଜାଗା ପ୍ରଚାର ପ୍ରସାରରେ ଆଜି ଅବହେଳିତ l କେବଳ ଇତିହାସର ମୁକ ସାକ୍ଷୀ ହିସାବ ରେ ରହିଛି l ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶ ହେବା ସହିତ ପର୍ଯ୍ୟଟକ ମାନଙ୍କ ପାଇଁ ବେସ୍ ଆମୋଦ ପ୍ରମୋଦ ସହିତ ଶାନ୍ତିର ଖୋରାକ ଯୋଗାଇବ l